
କେନ୍ଦ୍ରାପଡା , 23 ଡିସେମ୍ବର (ହି.ସ.):
କେନ୍ଦ୍ରାପଡା ର ପୂର୍ବତନ ଡେରାବିଶ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ଦାମୋଦର ତ୍ରିପାଠୀଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରାଥିକ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ସଭାପତି ପ୍ରକାଶ ଚନ୍ଦ୍ର ଷଡଙ୍ଗୀଙ୍କ ସଭାପତିତ୍ୱ ରେ ପୈାରାଂଚଳ ଅନ୍ତର୍ଗତ ଫକିରାବାଦ ଉର୍ଦ୍ଦୁ ବିଦ୍ୟାଳୟ ରେ ୰ ତ୍ରିପାଠୀଙ୍କ ପାଇଁ ସ୍ମୃତିସଭା କରାଯାଇ ଥିଲା । ପ୍ରଥମେ ତାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯାଇ ୨ ମିନିଟ୍ ନିରବ ପ୍ରାର୍ଥନା କରା ଯାଇଥିଲା । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ର ବରିଷ୍ଠ ଉପଦେଷ୍ଟା ଭ୍ରମରବର ରାଉତ, ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ସୁବୋଧ କୁମାର ପରିଡା, ଜିଲ୍ଲା ସଂପାଦକ ବିଶ୍ୱ ଭୂଷଣ ମଲିକ, ଉପ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ସଂଗଠନ ସଂପାଦକ ମନୋଜ କୁମାର ନନ୍ଦ, ବ୍ଲକ ସଂପାଦକ କାହ୍ନୁ ଚରଣ ଦାସ, ସେକ ମନସୁର ଅଲ୍ଲୀ ପ୍ରମୁଖ ଶିକ୍ଷକ ଉପସ୍ଥିତ ରହି ୰ ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ଓ ନିର୍ଭିକତା ଓ ସମାଜସେବା ସଂପର୍କରେ ଆଲୋଚନା କରିଥିଲେ । ଏହି ଶୋକ ସଭାରେ ବହୁ ସଂଖ୍ୟକ ଶିକ୍ଷକ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି