ରାଜ୍ୟସ୍ତରୀୟ ଓପନ୍ ମେଗା କୁଇଜ୍ ପ୍ରତିଯୋଗିତାର ଦିବ୍ଯା ଭାରତୀଙ୍କ ସଫଳତା
କେନ୍ଦୁଝର, 23 ଡିସେମ୍ବର (ହି.ସ.) ବାଲେଶ୍ୱର ଜିଲ୍ଲାର ମେଘାଡମ୍ବରୁ, କୁରୁଡାଠାରେ ପ୍ରତିଷ୍ଠିତ ମଡର୍ଣ୍ଣ ପବ୍ଲିକ ସ୍କୁଲ୍ ପରିସରରେ ଅନୁଷ୍ଠିତ ଉଣେଇଶିତମ ରାଜ୍ୟସ୍ତରୀୟ ଓପନ ମେଗା କୁଇଜ୍ ପ୍ରତିଯୋଗିତାର ଜୁନିଅର ବିଭାଗ ( ନବମ ଓ ଦଶମ ଶ୍ରେଣୀ ) ରେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ଓଡିଶ
ରାଜ୍ୟସ୍ତରୀୟ ଓପନ୍ ମେଗା କୁଇଜ୍ ପ୍ରତିଯୋଗିତାର ଦିବ୍ଯା ଭାରତୀଙ୍କ ସଫଳତା


କେନ୍ଦୁଝର, 23 ଡିସେମ୍ବର (ହି.ସ.) ବାଲେଶ୍ୱର ଜିଲ୍ଲାର ମେଘାଡମ୍ବରୁ, କୁରୁଡାଠାରେ ପ୍ରତିଷ୍ଠିତ ମଡର୍ଣ୍ଣ ପବ୍ଲିକ ସ୍କୁଲ୍ ପରିସରରେ ଅନୁଷ୍ଠିତ ଉଣେଇଶିତମ ରାଜ୍ୟସ୍ତରୀୟ ଓପନ ମେଗା କୁଇଜ୍ ପ୍ରତିଯୋଗିତାର ଜୁନିଅର ବିଭାଗ ( ନବମ ଓ ଦଶମ ଶ୍ରେଣୀ ) ରେ କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ ଟିକିରା ର ଦଶମ ଶ୍ରେଣୀର ଛାତ୍ରୀ ଦିବ୍ଯାଭାରତି ପଲେଇ ଓ ତାଙ୍କ ସାଥୀ ନବମ ଶ୍ରେଣୀର ଛାତ୍ର ଅଂଶୁଦୀପ ଦାଶ ସଫଳତାର ସହ ଦ୍ବିତୀୟ ସ୍ଥାନରେ ରହି ରନର୍ସ ଅପ୍ ସିଲ୍ ସହିତ ପନ୍ଦର ହଜାର ଟଙ୍କା ଅର୍ଥରାଶି ପାଇ ପୁରସ୍କୃତ ହେବା ଓଡିଶା ଆଦର୍ଶ ବିଦ୍ୟାଳୟ ଟିକିରା ତଥା କେନ୍ଦୁଝର ଜିଲ୍ଲାକୁ ଗୌରବାନ୍ବିତ କରିପାରିଛନ୍ତି।

ଗତକାଲି ଓଡ଼ିଶାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମୂହର ଛାତ୍ରଛାତ୍ରୀଙ୍କୁ ନେଇ ବାଲେଶ୍ଵର ଜିଲ୍ଲାର ମଡର୍ଣ୍ଣ ପବ୍ଲିକ ସ୍କୁଲ୍ ରେ ଆୟୋଜିତ ରାଜ୍ୟସ୍ତରୀୟ ଓପନ୍ ମେଗା କୁଇଜ୍ ପ୍ରତିଯୋଗିତାରେ ସେମାନଙ୍କୁ ଏହି ସଫଳତା ମିଳିଛି। ଏଠାରେ ପ୍ରକାଶଯୋଗ୍ୟ, ଦିବ୍ଯାଭାରତି ପଲେଇ ହେଉଛନ୍ତି ରାଧାକୃଷ୍ଣ ବିଦ୍ୟାପୀଠ କୁଣ୍ଡାପିଠାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମଗ୍ର ରାଜ୍ୟରେ ସୁସାହିତ୍ଯିକ ଓ ଦକ୍ଷ ସଂଗଠକ ରୂପେ ପରିଚିତ ସଂଯୋଗୀ ସଜଫୁଲର ସଂପାଦକ ବାବୁଲାଲ ପଲେଇ ଓ ସାନମସିଣାବିଲା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ମିନା ବେହେରାଙ୍କ କନିଷ୍ଠ କନ୍ଯା। ତାଙ୍କର ବିଦ୍ଯାଧ୍ଯୟନ,ନମ୍ର, ଶୃଙ୍ଖଳା ଜ୍ଞାନ, ଜ୍ଞାନର ବ୍ୟାବହାରିକ କୌଶଳ ତଥା ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାର କରି ବିଦ୍ୟାଳୟ ତରଫରୁ ଚଳିତବର୍ଷ ତାଙ୍କୁ ଇୟର୍ ଅଫ୍ ଦି ଷ୍ଟୁଡେଣ୍ଟସ ଭାବେ ପୁରସ୍କୃତ କରାଯାଇଛି। ଏହି ସଫଳତା ହାସଲ କରିବା ପଛରେ ଗାଇଡ ଟିଚର କଲ୍ୟାଣୀ ମଲ୍ଲିକ, ସୌମ୍ୟା ସିଂ, ଲକ୍ଷ୍ମୀଧର ସାମଲଙ୍କ ସମେତ ଆଦର୍ଶ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଏବଂ ନିଜର ପିତାମାତା ତଥା ପଡ଼ୋଶୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପତିଙ୍କ ପ୍ରୋତ୍ସାହନ ରହିଛି ବୋଲି ଦିବ୍ଯାଭାରତି ପଲେଇ ମୁକ୍ତ କଣ୍ଠରେ ପ୍ରକାଶ କରିଛନ୍ତି। ଏହି ଖବର ପ୍ରସାରିତ ହେବାପରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ସାଙ୍ଗସାଥୀ ଓ ବନ୍ଧୁ ମହଲରେ ଆନନ୍ଦର ଲହରୀ ଖେଳିବା ସହିତ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟୁଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande