
ଜୟପୁର, ୨୩ ଡିସେମ୍ବର (ହି.ସ.) - ଜୟପୁର ସ୍ଥିତ ଡିଆରସିଏସ କାର୍ଯ୍ୟାଳୟ ସଭାଗୃହ ପରିସରରେ ଆନ୍ତର୍ଜାତୀୟ ସମବାୟ ଦିବସର ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲା ସମବାୟ ବିଭାଗ ନିବନ୍ଧକ ମୋନିକା ରାୟଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଆତ୍ମ ନିର୍ଭର ଭାରତ ପାଇଁ ସମବାୟ ଏକ ମାଧ୍ୟମ ଉପରେ ଆଲୋଚନା କରାଯାଇଥିଲା। ସମବାୟ ସପ୍ତାହ ଗତ ମାସ ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଷ୍ଟ୍ରରେ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ଆଇଆରଏମ ଗୁଜୁରାଟ ହରେକୃଷ୍ଣ ମିଶ୍ର, କେସିସି ବ୍ୟାଙ୍କ ସଂପାଦକ ଅତୁଲ୍ୟ କୁମାର ମଲ୍ଲୀକ, ଏଆରସିଏସ ଚନ୍ଦ୍ର ସେଠିଆ, ଏଏଜିଏସିଏସ କୈଳାସ ଚନ୍ଦ୍ର ଜାନି,ଡେପୁଟି ଡାଇରେକ୍ଟର ଟେକ୍ସଟାଇଲ କୋରାପୁଟ ଶିଶିର ନାଗ ଉପସ୍ଥିତ ଥିଲେ। ସମବାୟ ସପ୍ତାହ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ଓ ଉତ୍କୃଷ୍ଟ ସମବାୟ ସପ୍ସସ୍ଥା ଏବପ୍ସ ସମବାୟ ବିଭାଗର କର୍ମଚାରୀ ମାନଙ୍କୁ ଅର୍ଥରାଶି ସହ ମାନପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। କେସିସି ବ୍ୟାଙ୍କ ସଭାପତି ଇଶ୍ୱର ପାଣିଗ୍ରାହୀ ଓ ନିର୍ଦ୍ଧେଶକ ରମାକାନ୍ତ ରାଉଳଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ସାଧାରଣରେ ଚର୍ଚ୍ଚା ହୋଇଥିଲା। ଡିଆରସିଏସ ଏସଓପି ଅନୁଯାୟୀ ଆଜିର କାର୍ଯ୍ୟକ୍ରମ କରାଯାଇଛି ବୋଲି ବିଭାଗ ନିବନ୍ଧକ ମୋନିକା ରାୟ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସିଆରସିଏସ ଶିଶିର କୁମାର ଦାସ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି