ରାସ୍ତାରେ ଉଡୁଚି ଧୂଳି, ଗଡୁଛି ମେଟାଲ : ଅବଧି ସରିବାର ଦୁଇ ବର୍ଷ ପରେ ମଧ୍ୟ କାମ ସରୁନାହିଁ
ମୁଖୀଗୁଡା, ୨୩ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଗ୍ରାମ ସଡକ କାମ ଚାଲୁଛି ଯେ ଅବଧି ସରିବାର ଦୁଇ ବର୍ଷ ପରେ ମଧ୍ୟ ରାସ୍ତା କାମ ସରୁନାହିଁ । ମୁଣ୍ଡୁରାଗୁଡା ଠାରୁ କପୁରମାଲ ରାସ୍ତାରେ ଏବେ କ୍ରସର ଗୁଣ୍ଡ ଉଡୁଛି ଏବଂ ମେଟାଲ ରାସ୍ତାରେ ଗଡୁଛି । ଏହି ରାସ୍ତାରେ ଯିବା ଆସିବା ପାଇଁ ଲୋକଙ୍କୁ ବହୁ ଅସ
ରାସ୍ତାରେ ଉଡୁଚି ଧୂଳି


ରାସ୍ତାରେ ଉଡୁଛି ଧୂଳି ଗଡୁଛି ମେଟାଲ


ମୁଖୀଗୁଡା, ୨୩ ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ଗ୍ରାମ ସଡକ କାମ ଚାଲୁଛି ଯେ ଅବଧି ସରିବାର ଦୁଇ ବର୍ଷ ପରେ ମଧ୍ୟ ରାସ୍ତା କାମ ସରୁନାହିଁ । ମୁଣ୍ଡୁରାଗୁଡା ଠାରୁ କପୁରମାଲ ରାସ୍ତାରେ ଏବେ କ୍ରସର ଗୁଣ୍ଡ ଉଡୁଛି ଏବଂ ମେଟାଲ ରାସ୍ତାରେ ଗଡୁଛି । ଏହି ରାସ୍ତାରେ ଯିବା ଆସିବା ପାଇଁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଠାରୁ କପୁରମାଲ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ କାମ ଚାଲିଛି । ଏମଆରଏଲ ୦୪ ପ୍ୟାକେଜ ନମ୍ବର ଓଆରସିବି ୧୦୬, ଯାହାର ଅଟକଳ ମୂଲ୍ୟ ୨୯୬.୧୫ ଲକ୍ଷ ରହିଛି। କାର୍ଯ୍ୟ ଆରମ୍ଭ ତାରିଖ ୧୪।୧୧।୨୦୨୨ ଏବଂ କାର୍ଯ୍ୟ ଶେଷ ତାରିଖ ୧୩।୧୦।୨୦୨୩ ସୂଚନା ଫଳକରେ ଉଲ୍ଲେଖ ରହିଛି । ଏହି ରାସ୍ତା ନିର୍ମାଣ କାମ ମନ୍ଥର ଗତିରେ ଚାଲିଛି ଯେ କାର୍ଯ୍ୟ ଶେଷ ଅବଧିର ୨ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ସରୁନାହିଁ । ମୁଣ୍ଡରାଗୁଡା ଠାରୁ କପୁରମାଲ ଯାଏଁ ରାସ୍ତାରେ ଡବ୍ଲ୍ୟୁଏମଏମ ପକାଇ ଛାଡି ଦିଆଯାଇଥିବାରୁ ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇପଡୁଛି । ଗାଡ଼ି ମୋଟର ଗଲେ ରାସ୍ତାର କ୍ରସର ଧୂଳି ଉଡିବା ଯୋଗୁଁ ରାସ୍ତା କଡରେ ଥିବା ରାଜାମୁଣ୍ଡ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଥିବା ବେଳେ ଏବେ ଖୋଲା ଆକାଶ ତଳେ ଚାଲୁଥିବା କପୁରମାଲ ମଣ୍ଡିରେ ଥିବା ଧାନ ଧୂଳିମୟ ହୋଇଯାଉଛି । ରାସ୍ତାରେ ପାଣି ସିଞ୍ଚନ ମଧ୍ୟ କରାଯାଉନାହିଁ । ମେଟାଲ ଗୁଡାକ ରାସ୍ତାରେ ଉଠି ଯାଇଥିବାରୁ ପାଦରେ ଚାଲିକରି ଯିବା ଆସିବା କଷ୍ଟକର ହୋଇପଡୁଛି । ରାସ୍ତା ନିର୍ମାଣ ଶେଷ ତାରିଖ ସରିବାର ଦୁଇ ବର୍ଷ ପରେ ମଧ୍ୟ ରାସ୍ତା କାମ ସରୁନଥିବାରୁ ଠିକାଦାରଙ୍କୁ କାହିଁକି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ଅଭିଯୋଗ ହେଉଛି ।

ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ତରୁଣ ନାଏକଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା ହେଲେ ତାଙ୍କ ଫୋନ ତାଙ୍କ ପିଏ ଉଠାଇ ଥିଲେ, ସାର ବାହାରୁ ଏବେ ଫେରିଲେ ରେଷ୍ଟ ନେଇଛନ୍ତି ପରେ କଥା ହେବେ ବୋଲି ଉତ୍ତର ମିଳିଲା। କାମ କରୁଥିବା ଠିକାଦାରଙ୍କ ଚୁକ୍ତି ବାତିଲ କରି ଅନ୍ୟ ଠିକାଦାରଙ୍କୁ କାମ ଦେବା ପାଇଁ ଦାବି ହେଉଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande