
କନ୍ଧମାଳ , ୨୩ ଡିସେମ୍ବର (ହି.ସ.)
ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ରେ ବ୍ରେଷ୍ଟ କେନସର ସ୍କ୍ରିନିଙ୍ଗ କରାଯାଇଛି। ଆଜି ଅୟୋଜିତ ଏହି ଶିବିରରେ, ସମୁଦାୟ ୬୪ ଜଣ ମହିଳାଙ୍କ ମହିଳାଙ୍କ ବ୍ରେଷ୍ଟ କେନସର ସ୍କ୍ରିନିଙ୍ଗ ସମ୍ପୁର୍ଣ୍ଣ ମାଗଣା ରେ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ବ୍ରେଷ୍ଟ କେନସର ଥିବା ସନ୍ଦେହ କରିଛନ୍ତି, ଶିବିରରେ ସେବା ଯୋଗାଉଥିବା ଡାକ୍ତର ମାନେ । ଅୟୋଜିତ ଏହି ଶିବିର, କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଧାକ।ରୀ ଡାକ୍ତର ସନ୍ତୋଷ କୁମାର ପାଢ଼ୀଙ୍କର ଉଦ୍ୟମ ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋଆ ର ମୋଲବିଅ ଡ଼ି ଆଗନୋସ୍ଟିସିସ ଲିମିଟେଡ଼ ପକ୍ଷରୁ ୩ ଜଣ ବିଶେଷଜ୍ଞ ଓ ଟେକନିସିଆନ ଶ୍ରେୟା ସେବ।ଷ୍ଟିଆନ ପ୍ରମୁଖ ପରୀକ୍ଷା ନିରୀକ୍ଷା କରିଥିଲେ। କ୍ୟାନସେର ରୋଗ ସମ୍ପର୍କରେ ମହିଳା ମାନଙ୍କୁ ସଚେତନ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ଡାକ୍ତର ପାଢୀ କହିଛନ୍ତି ।କଲିକତାର ଆଇ ବ୍ରେଷ୍ଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ସ୍କ୍ରିନଂ ବ୍ୟବସ୍ଥା ଭବିଷ୍ୟତ ରେ କରାଯିବବୋଲି ଡାକ୍ତର ପାଢ଼ୀ କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ