୧୬ ନମ୍ୱର ଜାତୀୟ ରାଜପଥରେ ଗୋରୁ ଗାଡି ଉଦ୍ଧାର, ଗାଡ଼ି ଜବତ
ଭଦ୍ରକ, ୨୩ ଡିସେମ୍ବର (ହି.ସ.) - ୧୬ ନଂ ଜାତୀୟ ରାଜପଥ ବାରିକପୁର ଓଭର ବ୍ରିଜ ନିକଟରେ ମଙ୍ଗଳବାର ଅପରାହ୍ନ ୧ ଘଟିକା ସମୟରେ ଏକ ଓଡି୦୧ଯେ ୬୬୫୧ ପିକପଭ୍ୟାନରେ ଯାଜପୁର ନିକଟରୁ ୭ ଟି ଗୋରୁ ନେଇ କଲିକତା ଅଭିମୁଖେ ଯାଉଥିବା ସମୟରେ, ଭଦ୍ରକର ଗୋରକ୍ଷକ କମିଟିର ସଦସ୍ୟମାନେ କୌଣସି ଏକ ବିଶେଷ ସୁତ୍ରରୁ ଖବର
GORU GADI JABAT PHOTO


ଭଦ୍ରକ, ୨୩ ଡିସେମ୍ବର (ହି.ସ.) - ୧୬ ନଂ ଜାତୀୟ ରାଜପଥ ବାରିକପୁର ଓଭର ବ୍ରିଜ ନିକଟରେ ମଙ୍ଗଳବାର ଅପରାହ୍ନ ୧ ଘଟିକା ସମୟରେ ଏକ ଓଡି୦୧ଯେ ୬୬୫୧ ପିକପଭ୍ୟାନରେ ଯାଜପୁର ନିକଟରୁ ୭ ଟି ଗୋରୁ ନେଇ କଲିକତା ଅଭିମୁଖେ ଯାଉଥିବା ସମୟରେ, ଭଦ୍ରକର ଗୋରକ୍ଷକ କମିଟିର ସଦସ୍ୟମାନେ କୌଣସି ଏକ ବିଶେଷ ସୁତ୍ରରୁ ଖବର ପାଇ ଗାଡିଟି କୁ ବାରିକପୁର ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗାଡି ଚାଳକ ଗାଡି ନ ଅଟକାଇ ଜୋର ଜବରଦସ୍ତି ଭାବରେ ଗାଡିଟିକୁ ନେଇ ପଳାଇବାକୁ ଚେଷ୍ଟା କରିବାରୁ ଗୋରକ୍ଷକ ସଦସ୍ୟମାନେ ଧାମନଗର ଥାନାକୁ ଖବର ଦେଇଥିଲେ। କିଛି ସମୟ ପରେ ଧାମନଗର ଥାନା ଏସ ଆଇ ମହେଶ୍ୱର ପ୍ରଧାନ ଘଟଣାସ୍ଥଳରେ ପହଂଚି ୭ ଟି ଗୋରୁକୁ ଉଦ୍ଧାର କରି ଭଦ୍ରକ ଗୋଶାଳାରେ ଛାଡିଥିଲେ। ପରେ ଉକ୍ତ ପିକପ ଭ୍ୟାନଟି କୁ ଜବତ କରି ଥାନାକୁ ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande