
ଗଞ୍ଜାମ, ୨୩ ଡିସେମ୍ବର (ହି.ସ.)- ଗଞ୍ଜାମ ଜିଲ୍ଲାରେ ଦାଖଲ ଖାରଜ ମାମଲା ଆର୍.ଓ.ଆର୍. ୮୩୧ ଗୋଟି ଅପଡେଟ୍ ହୋଇଥିବା ସ୍ଥଳେ ୧୨୨ ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ ୯୫୩ ଗୋଟି ମାମଲା ଫୈସଲା କରାଯାଇଛି । ଓଡିଶା ଭୂ ସଂସ୍କାର ଅଧିନିୟମ ଆର୍.ଓ.ଆର୍. ୫୯ ଗୋଟି ଅପଡେଟ୍ ହୋଇଥିବା ବେଳେ ୮୦ ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ ୧୩୯ ଗୋଟି ମାମଲା ଫୈସଲା କରାଯାଇଛି । ଓଡିଶା ଭୂ ସଂସ୍କାର ଅଧିନିୟମ ଧାରା ୧୯ (୧) ସି. ଆର୍.ଓ.ଆର୍.୮ ଗୋଟି ଅପଡେଟ୍ ହୋଇଥିବା ସ୍ଥଳେ ୨ ଗୋଟି ପ୍ରତ୍ୟାଖାନ କରାଯାଇ ସମୁଦାୟ ୧୦ ଗୋଟି ମାମଲା ଫୈସଲା କରାଯାଇଛି । ଆଜି ୧୫୭ ଗୋଟି ଜନଶୁଣାଣୀ ସମାଧାନ ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ