ଲିଙ୍ଗ ନିରୂପଣ ନିଷିଦ୍ଧ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା

ସମ୍ବଲପୁର, ୨୩, ଡିସେମ୍ବର (ହି.ସ.) ଲିଙ୍ଗ ନିରୂପଣ ନିଷିଦ୍ଧ ଆଇନ ୧୯୯୪ ର କାର୍ଯ୍ୟକାରୀ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ସମ୍ବଲପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳା ସିଡିଏମଓ ଆଣ୍ଡ ପିଏଚ୍ଓ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଏଡିପିଏଚ୍ଓ (ଏଫଡବ୍ଲୁ) ଓ ପିସି ଆଣ୍ଡ ପିଏନଡିଟି ଆଇନର ଜିଲ୍ଲା ନୋଡାଲ ଅଫିସର ଡା. ଚୁଳବତୀ ସାହୁ ପ୍ରଶିକ୍ଷଣର ଉଦ୍ଦେଶ୍ୟ ଓ ଜିଲ୍ଲାସ୍ତରୀୟ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ସିଡିଏମଓ ଡା. ଅଶୋକ ଦାସ ଲିଙ୍ଗ ନିରୂପଣ ବିରୋଧରେ ସଂପୃକ୍ତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ଵାରୋପ ଦେଇଥିଲେ। ଭିମସାରର ପ୍ରସୂତୀ ବିଭାଗ ପ୍ରଫେସର ଡା. ବେଣୁଧର ପାଣ୍ଡେ ଲିଙ୍ଗ ନିରୂପଣ ଓ ଏହାର ସାମାଜିକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରୀ ଅଭିଯୋଗକ ସୁବାଶ ମହାନ୍ତାପିସି ଆଣ୍ଡ ପିଏନଡିଟି ଆଇନ ଅନ୍ତର୍ଗତ ଆଇନଗତ ବ୍ୟବସ୍ଥା ଓ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ପରାମର୍ଶଦାତ୍ରୀ ଡା. ଶ୍ରାବଣୀ ଦାସ ନିରୀକ୍ଷଣ ପ୍ରଣାଳୀ ଓ ଜିଲ୍ଲା କାର୍ଯ୍ୟଯୋଜନା ବିଷୟରେ ଉପସ୍ଥାପନା ଦେଇଥିଲେ।ଡା. ଚୁଳବତୀ ସାହୁ ଷ୍ଟେକହୋଲ୍ଡରମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। ଏଏମ୍- ଏଲ୍ଏ ଆଣ୍ଡ ଆଇଏସ୍ ବୁଦ୍ଧ ରଞ୍ଜନ ଭୋଇ କାର୍ଯ୍ୟାନ୍ୱୟନ ସମୟରେ ଆସୁଥିବା ସମସ୍ୟା ଗୁଡ଼ିକ ଉପରେ ମତ ପ୍ରକାଶ କରିଥିଲେ। ଶେଷରେ ସମସ୍ତ ଅଂଶଗ୍ରାହୀଙ୍କ ମଧ୍ୟରେ ଖୋଲା ଆଲୋଚନା ହୋଇଥିଲା।ଏହି କାର୍ଯ୍ୟଶାଳା ମାଧ୍ୟମରେ ପିସି ଆଣ୍ଡ ପିଏନଡିଟି ଆଇନର ସଠିକ କାର୍ଯ୍ୟାନ୍ୱୟନ, ଲିଙ୍ଗ ଚୟନ ରୋକ୍ଥାମ ଓ ସାମାଜିକ ସଚେତନତା ବୃଦ୍ଧି ପାଇଁ ସମସ୍ତ ବିଭାଗର ସମନ୍ୱୟ ଓ ସକ୍ରିୟ ଭୂମିକାର ଆହ୍ୱାନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୃତ୍ୟୁଞ୍ଜୟ ମୁଣ୍ଡ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟଶାଳାରେ ପୋଲିସ, ଗୁପ୍ତଚର ବିଭାଗ, କାର୍ଯ୍ୟପାଳକ ମାଜିଷ୍ଟ୍ରେଟ, ଡିଏଲ୍ଏସ୍ଏ ସଚିବ, ଡିଏସଡବ୍ଲୁ, ଡିଡବ୍ଲୁଓ, ଡିଇଓଙ୍କ ସହିତ ବିଭିନ୍ନ ମୁଖ୍ୟ ବିଭାଗର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande