
ଭୋପାଳ, 23 ଡିସେମ୍ବର (ହି.ସ.)- କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଏବଂ
ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ଆଜି ମଧ୍ୟ ପ୍ରଦେଶ ଗସ୍ତରେ ରହିବେ। ସେଠାରେ ସେ ଦୁଇଟି
ଜିଲ୍ଲା—ବେତୁଲ ଓ ଧାରରେ ପିପିପି ମଡେଲ୍ରେ ନିର୍ମିତ ହେବାକୁ ଥିବା ମେଡିକାଲ୍ କଲେଜମାନଙ୍କର
ଭୂମିପୂଜନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ମଧ୍ୟ ଉପସ୍ଥିତ ରହିବେ।
ମୁଖ୍ୟମନ୍ତ୍ରୀ ଡ଼. ଯାଦବ କହିଛନ୍ତି ଯେ, ରାଜ୍ୟରେ ପିପିପି
ମଡେଲ୍ରେ ଚାରିଟି ମେଡିକାଲ୍ କଲେଜ ନିର୍ମାଣ କରାଯିବ। ଏହାମଧ୍ୟରୁ ଧାର ଓ ବେତୁଲ ଜିଲ୍ଲାରେ
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ଜେ.ପି. ନଡ୍ଡା ପିପିପି ମଡେଲ୍ରେ ନିର୍ମିତ
ହେବାକୁ ଥିବା ଦୁଇଟି ମେଡିକାଲ୍ କଲେଜର ଭୂମିପୂଜନ ସହିତ ଅନ୍ୟାନ୍ୟ ବିକାଶ କାର୍ଯ୍ୟର ଭୂମିପୂଜନ
ଓ ଲୋକାର୍ପଣ କରିବେ। ଏହି କାର୍ଯ୍ୟକ୍ରମରେ ବିଧାୟକମାନେ ଏବଂ ଅନ୍ୟାନ୍ୟ ଗଣ୍ୟମାନ୍ୟ
ଲୋକପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ରହିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା