
ନୂଆପଡ଼ା, ୨୩ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ମୁକ୍ତ ବିଚାର ମଞ୍ଚ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି । 'ସାମ୍ପ୍ରତିକ ଭାରତରେ ମକଲେ ଅପ୍ରାସଙ୍ଗିକ' ଶୀର୍ଷକ ଉପରେ ଖଡ଼ିଆଳ ସ୍ଥିତ କ୍ଷତ୍ରିୟ ପାଟଣା ପ୍ରେକ୍ଷାଳୟରେ ଆଲୋଚନା ହୋଇଥିଲା। ମଞ୍ଚ ପରମ୍ପରା ଅନୁସାରେ, ଆଦିତ୍ୟ ପଣ୍ଡା ଓ ହରିହର ନାଗ ବିଷୟ ସପକ୍ଷରେ ତଥା ଅଶ୍ୱିନୀ ପାଢ଼ୀ ଓ ହିମାଂଶୁ ପୋଢ଼ ବିଷୟବସ୍ତୁ ବିପକ୍ଷରେ ଯୁକ୍ତି ବାଢିଥିଲେ। ପୂର୍ବତନ ଆୟକର ଶ୍ରୀକାନ୍ତ ଚଟର୍ଜୀ ସଭାପତିତ୍ୱ କରିଥିଲେ।
ଆଲୋଚନା ବୈଠକରେ ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହି ପ୍ରଶ୍ନ ଉତ୍ତରରେ ସକ୍ରିୟ ଯୋଗଦାନ କରିଥିଲେ। ଅଧ୍ୟାପକ ସାମୁଏଲ ଦାନୀ, ପଦ୍ମ ଲୋଚନ ଵର୍ମା, ଜିତେନ୍ଦ୍ର ସୁନା, ସର୍ବଶ୍ରୀ କାର୍ତ୍ତିକ ବାଗ, ନନ୍ଦ କିଶୋର ପ୍ରଧାନୀ, ନନ୍ଦଲାଲ ବାରିକ, ଭଗତ ସିଂହ, ଆକାଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଚନ୍ଦ୍ରଶେଖର ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ