ଗ୍ରାଚୁ୍ୟଇଟି ଦାବିରେ ର୍ପୂ ଅବସରପ୍ରାପ୍ତ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ “ପନ୍ଦର ଦିନ ପରେ କର ବା ମର ଆନେ୍ଦାଳନ ଧମକ”
Bhubaneswar, 23 ଡିସେମ୍ବର (ହି.ସ.) ଡିଏଲଆର ଚାକିରୀ ସମୟରୁ ୱାର୍କଚାର୍ଜଡ୍ ଚାକିରୀ ସରିବା ପର୍ଯ୍ୟନ୍ତ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ପି.ଜି. ଆକ୍ଟ ୧୯୭୨ ଅନୁସାରେ ର୍ପୂ ବିଭାଗ ସଚିବ ଗ୍ରାଚୁ୍ୟଇଟି ପ୍ରଦାନ ନ କରିବା ହେତୁ କର୍ମଚାରୀ ନେତା ଗଗନ ଭଞ୍ଜଙ୍କ ନେତୃତ୍ୱରେ ଦାବି ପତ୍ର ପ୍ର
ଗ୍ରାଚୁ୍ୟଇଟି ଦାବିରେ ର୍ପୂ ଅବସରପ୍ରାପ୍ତ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ “ପନ୍ଦର ଦିନ ପରେ କର ବା ମର ଆନେ୍ଦାଳନ ଧମକ”


Bhubaneswar, 23 ଡିସେମ୍ବର (ହି.ସ.)

ଡିଏଲଆର ଚାକିରୀ ସମୟରୁ ୱାର୍କଚାର୍ଜଡ୍ ଚାକିରୀ ସରିବା ପର୍ଯ୍ୟନ୍ତ ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ପି.ଜି. ଆକ୍ଟ ୧୯୭୨ ଅନୁସାରେ ର୍ପୂ ବିଭାଗ ସଚିବ ଗ୍ରାଚୁ୍ୟଇଟି ପ୍ରଦାନ ନ କରିବା ହେତୁ କର୍ମଚାରୀ ନେତା ଗଗନ ଭଞ୍ଜଙ୍କ ନେତୃତ୍ୱରେ ଦାବି ପତ୍ର ପ୍ରଦାନ ନିମନ୍ତେ ଆଜି ସକାଳ ୯ ଘଟିକା ସମୟରେ ଶତାଧିକ କର୍ମଚାରୀ ର୍ପୂ ସଚିବଙ୍କ ସରକାରୀ ବାସଭବନରେ ପହô ଥିଲେ । ର୍ପୂ ସଚିବ ସଞ୍ଜୟ କୁମାର ସିଂଙ୍କ ଶରୀର ଅସୁସ୍ଥତା ଯୋଗୁଁ କର୍ମଚାରୀ ପ୍ରତିନିଧିମାନେ କ୍ୟାପିଟାଲ୍ ପୋଲିସ୍ ସହାୟତାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁକାନ୍ତ କୁମାର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଗ୍ରାଚୁ୍ୟଇଟି ପ୍ରଦାନ ନିମନ୍ତେ ଅର୍ଥ ବିଭାଗର ସକରାତ୍ମକ ନିଷ୍ପି ଥିବା ସ୍େୱ ର୍ପୂ ସଚିବ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ନକରି ଅହେତୁକ ବିଳମ୍ବ କରୁଛନ୍ତି ବୋଲି ସଂଘ ସଭାପତି ଗଗନ ଭଞ୍ଜ ଓ ସାଧାରଣ ସମ୍ପାଦକ ଅରୁଣ କେଶରୀ ପରିଡ଼ା ଅଭିଯୋଗ କରିଛନ୍ତି । କର୍ମଚାରୀମାନଙ୍କ ସମସ୍ୟାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀ ର୍ପୂ ସଚିବଙ୍କୁ ଦାବି ପତ୍ର ଉପରେ ମୋହର ଲଗାଇଛନ୍ତି । ତେବେ ଏହି ସମସ୍ୟାର ସମାଧାନ ପନ୍ଦର ଦିନ ମଧ୍ୟରେ ନ ହେଲେ ‘କର ବା ମର’ ରଣନୀତି ସଂଗ୍ରାମ ଅଭିଯାନ କରାଯିବ ବୋଲି କର୍ମଚାରୀ ଭବନଠାରେ ଅନୁଷ୍ଠିତ ସଭାରେ ନିଷ୍ପି ନିଆଯାଇଛି ସଂଘ ପକ୍ଷରୁ ପ୍ରକାଶ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande