ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିନ (ମହିଳା) ପ୍ରତିଯୋଗିତା ଉଦଯାପିତ
ସମ୍ବଲପୁର, ୨୩, ଡିସେମ୍ବର (ହି.ସ.) - ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଂଟନ (ମହିଳା) ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ସର୍ବଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମୀଂଟନ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେଲା ଆଡାମାସ ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ଭିବିଏସ ପ
ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଣ୍ଟନ (ମହିଳା) ପ୍ରତିଯୋଗିତା   ଉଦଯାପିତ


ସମ୍ବଲପୁର, ୨୩, ଡିସେମ୍ବର (ହି.ସ.) - ପୂର୍ବ ଜୋନ୍ ଆନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡମିଂଟନ (ମହିଳା) ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ସର୍ବଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମୀଂଟନ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହେଲା ଆଡାମାସ ବିଶ୍ୱବିଦ୍ୟାଳୟ, କିଟ୍ ବିଶ୍ୱବିଦ୍ୟାଳୟ, ଭିବିଏସ ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ ଓ ୟୁନିଭର୍ସିଟି ଏଫ କାଲକାଟା । କ୍ରୀଡା ହିଁ ବ୍ୟକ୍ତିକୁ ଶୃଙ୍ଖଳା ଶିଖାଇଥାଏ ବୋଲି ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁ ଭୂଷଣ ମିଶ୍ର ମତ ପ୍ରକାଶ କରିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଗତ ଡିସେମ୍ବର ୧୭ ତାରିଖରୁ ଆୟୋଜିତ ପୂର୍ବାଂଚଳ ଜୋନ ଅନ୍ତଃ ବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ବ୍ୟାଡ଼ମିଂଟନ ପ୍ରତିଯୋଗିତା ଅନ୍ତିମ ପର୍ଯ୍ୟାୟରେ ପହଂଚି ଯାଇଛି । ବୁର୍ଲା ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇଣ୍ଡୋର ହଲ ଠାରେ ଆୟୋଜିତ ହେଉଥିବା ଏହି ବ୍ୟାଡ଼ମିଂଟନ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ପୂର୍ବରୁ ୪ଟି ଶ୍ରେଷ୍ଠ ଦଳର ମନୋନୟନ ହୋଇଯାଇଥିବା ବେଳେ ମହିଳା ବର୍ଗରେ ୪ ଟି ଦଳ ଅନ୍ତିମ ପର୍ଯ୍ୟାୟରେ ପହଂଚି ଯାଇଛନ୍ତି । ସେମାନଙ୍କ ମଧ୍ୟରେ ଆଡାମସ ୟୁନିଭେର୍ସିଟି, କିଟ୍ ବିଶ୍ୱବିଦ୍ୟାଳୟ, ୟୁନିଭର୍ସିଟି ଏଫ କୋଲକାତା ଓ ଭି ବି ଏସ ପୂର୍ବାଂଚଳ ୟୁନିଭରସିଟି କ୍ଷ ସେମାନଙ୍କ ମଧ୍ୟରେ ପ୍ରଥମ ରେଙ୍କରେ ପଶ୍ଚିମବଙ୍ଗର ଆଡାମାସ ବିଶ୍ୱବିଦ୍ୟାଳୟ, ଦ୍ୱିତୀୟ ରେଙ୍କ ରେଙ୍କରେ ୟୁନିଭେର୍ସିଟି ଏଫ କୋଲକାତା, ତୃତୀୟ ରେଙ୍କରେ ବୀର ବାହାଦୁର ସିଂ ପୂର୍ବାଂଚଳ ବିଶ୍ୱବିଦ୍ୟାଳୟ, ଉତରପ୍ରଦେଶ ଓ ଚତୁର୍ଥ ରେଙ୍କରେ କିଟ୍‌, ଭୁବନେଶ୍ୱର ଅଧିକାର କରିଛି । ଆସନ୍ତା ଜାନୁଆରୀ ୮ ତାରିଖରୁ ବାଙ୍ଗାଲୋର ର ପି.ଇ.ଏସ. ବିଶ୍ୱବିଦ୍ୟାଳୟ ରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମୀଂଟନ ପ୍ରତିଯୋଗିତା ରେ ଏହି ଚାରୋଟି ଦଳ ଭାଗ ନେବେ ।

ପୂର୍ବ ଜୋନ୍ ରୁ ପୁରୁଷ ବର୍ଗରେ ମୋଟ ୫୫ ଟି ବିଶ୍ୱବିଦ୍ୟାଳୟ ଦଳ ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ମହିଳା ବର୍ଗରେ ୪୦ ଟି ଦଳ ଭାଗ ନେଇଛନ୍ତି ।

ମହିଳା ବର୍ଗର ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମୀଂଟନ ପ୍ରତିଯୋଗିତାର ଉତଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ପିଜି କାଉନସିଲ ଚେୟାରମ୍ୟାନ ପ୍ରଫେସର ତୁଷାର କାନ୍ତି ଦାସ, ସ୍ପୋର୍ଟ୍ସ କାଉନସିଲ ର ସଚିବ ପ୍ରଫେସର ଦେବେନ୍ଦ୍ର ମହାଳିକ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଳୟ ରଞ୍ଜନ ମହାନନ୍ଦ,କ୍ରୀଡା ଅଧିକାରୀ ଡ଼. ଅବିନାଶ କର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଫେସର ମିଶ୍ର ଏହି ପୂର୍ବାଂଚଳ ଅନ୍ତଃ ବିଶ୍ୱବିଦ୍ୟାଳୟ ବ୍ୟାଡ଼ମୀଂଟନ ପ୍ରତିଯୋଗିତା ରେ ସର୍ବ ଭାରତୀୟ ସ୍ତରରେ ଅଂଶଗ୍ରହଣ କରିବା ପାଇଁ ଉନ୍ନୀତ ହୋଇଥିବା ଚାରୋଟି ଦଳକୁ ଶୁଭେଚ୍ଛା ଜଣାଇବା ସହ କ୍ରୀଡା ହିଁ ବ୍ୟକ୍ତି କୁ ଶୃଙ୍ଖଳା ର ଶିକ୍ଷା ଦିଏ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଓଡିଶା ବ୍ୟାଡ଼ମୀଂଟନ ସଂଘର ସ୍ୱୀକୃତିପ୍ରାପ୍ତ ମ୍ୟାଚ୍ ରେଫରୀ ସୁଧୀର ମିଶ୍ର, ଅମ୍ପାୟାର ଅନିଶ ହାଁସଦା, ବାବୁଲୁ ସାହୁ, ସୂର୍ଯ୍ୟ ପାଣିଗ୍ରାହୀ, ଅଂଶୁମାନ ପାତ୍ର, ବିଶ୍ୱମୋହନ ଅଚାରୀ, ହେମାନନ୍ଦ ଥପା, ବିକ୍ରମ ପଣ୍ଡା ଓ ଦେବେନ୍ଦ୍ର ଦାଣ୍ଡିଆ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande