ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ପ୍ରବେଶ ଉତ୍ସବ
କେନ୍ଦୁଝର, 23 ଡିସେମ୍ବର (ହି.ସ.)ପାଟଣା ବ୍ଲକ ମୁଖ୍ୟାଳୟ ରେ ନୂତନ ଭାବେ ସ୍ଥାପିତ ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରେ ନାମଲେଖା ପର୍ଯ୍ୟାୟ ଶେଷ ପାହାଚରେ ପହଞ୍ଚି ଥିବା ବେଳେ ଏଠାରେ ଆଜି ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି।ଏଠାରେ ଖୋଲିଥିବା ୩ବିଭାଗରେ ଏଏନଏମ ରେ ୬୦ଜଣ, ଜିଏନଏମ ରେ ୬୦ଜଣ
ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସରେ ପ୍ରବେଶ ଉତ୍ସବ


କେନ୍ଦୁଝର, 23 ଡିସେମ୍ବର (ହି.ସ.)ପାଟଣା ବ୍ଲକ ମୁଖ୍ୟାଳୟ ରେ ନୂତନ ଭାବେ ସ୍ଥାପିତ ସାଇ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ରେ ନାମଲେଖା ପର୍ଯ୍ୟାୟ ଶେଷ ପାହାଚରେ ପହଞ୍ଚି ଥିବା ବେଳେ ଏଠାରେ ଆଜି ପ୍ରବେଶ ଉତ୍ସଵ ଅନୁଷ୍ଠିତ ହୋଇ ଯାଇଛି।ଏଠାରେ ଖୋଲିଥିବା ୩ବିଭାଗରେ ଏଏନଏମ ରେ ୬୦ଜଣ, ଜିଏନଏମ ରେ ୬୦ଜଣ,ଏବଂ ବିଏସସି ନର୍ସିଂ ରେ ୩୦ଜଣ ଛାତ୍ରୀ ନାମ ଲେଖାଇଛନ୍ତି। ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ପାଇଁ ଆଜି ଇନଷ୍ଟିଚ୍ୟୁଟ ପରିସରରେ ପ୍ରଵେଶ ଉତ୍ସଵ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମ୍ୟାନ ପ୍ରକାଶ କୁମାର ସେଠୀ ସମ୍ପାଦକ ଅନୀଲ କୁମାର ରଣା,ଭାଇସ ପ୍ରିନ୍ସିପାଲ ରଶ୍ମିରଞ୍ଜନ ମହାନ୍ତଙ୍କ ସହ ଶିକ୍ଷିକା ତୃପ୍ତି ମୟୀ ସାସମଲ,ଜି ଏସ ସୋହିନୀ,ଲୋପାମୁଦ୍ରା ମହାନ୍ତ, ବିନ୍ଦୁଶ୍ରୀ ନାୟକ, ତେଜସ୍ୱୀ ମହାନ୍ତ ପ୍ରମୁଖ ଯୋଗଦେଇ ଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାଳତୀ ସେଠୀ ଓ ମଞ୍ଜୁବାଳା ରଣା ଯୋଗ ଦେଇ ପୂଜାପାଠ କରି ଛାତ୍ରୀ ମାନଙ୍କୁ ସ୍ୱାଗତ କରିଥିଲେ।କାର୍ଯ୍ୟକ୍ରରେ ତୃପ୍ତି ମୟୀ ସାସମଲ ଓ ଜିଏସ ସୋହିନୀ ମଞ୍ଚ ପରିଚାଳନା କରିଥିବା ବେଳେ ଛାତ୍ରୀ ମାନଙ୍କୁ ଚନ୍ଦନ ଟୀକା ଓ ପୁଷ୍ପ ଦେଇ ଶ୍ରେଣୀ ଗୃହ କୁ ସ୍ୱାଗତ କରା ଯାଇଥିଲା।ଆୟୋଜିତ କାର୍ଯ୍ୟକ୍ରମରେ ଘନଶ୍ୟାମ ସାହୁ, ବାସନ୍ତୀ ମହାନ୍ତ, ସ୍ୱରଜ ରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିବାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande