
ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହର ଜେଲ ଛକ ନିକଟରେ ଥିବା ଗୁରୁ ଶ୍ରୀ ସତ୍ୟ ନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଂଚଳ ଏକତା ମଂଚ ପକ୍ଷରୁ ଆୟୋଜିତ ୫ମ ଜାତୀୟ ସମ୍ବଲପୁରୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମରେ ସ୍ଥାନୀୟ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ସଙ୍ଗୀତ ଓ ନୃତ୍ୟର ଝଲକ ସମ୍ମିଳନୀରେ ଦେଖିବାକୁ ମିଳିଛି । କେନ୍ଦ୍ର ମନ୍ତ୍ରୀଙ୍କ ସହ କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ରେଙ୍ଗାଲୀ ବିଧାୟକ ନାଉରୀ ନାଏକ ଏବଂ ଜିଲ୍ଲା ପ୍ରଶାସନ ଓ ପୋଲିସର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା