
କେନ୍ଦ୍ରାପଡା , 23 ଡିସେମ୍ବର (ହି.ସ.):
ଜିଲ୍ଲା ହାଇସ୍କୁଲ ପଡିଆଠାରେ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ସାଂସଦ ଖେଳ ମହୋତ୍ସବର ଦ୍ୱିତୀୟ ଦିନରେ ଜିଲ୍ଲାପାଳ ରଘୁରାମ ଆର ଆୟର ଯୋଗଦାନ କରି କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଛନ୍ତି । ଗତକାଲି ଆରମ୍ଭ ହୋଇଥିବା କ୍ରୀଡା ପ୍ରତିଯୋଗୀତାର ପ୍ରଥମ ଦିନରେ ବ୍ୟକ୍ତିଗତ ଇଭେଣ୍ଟ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଦଳଗତ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । କାର୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ଖେଳ ମହୋତ୍ସବର ସଂଯୋଜକ ତଥା ଜିଲ୍ଲା ବିଜେପି ସଭାପତି ଶଶାଙ୍କ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସାଂସଦ ଖେଳ ମହୋତ୍ସବରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ୭ ଟି ବିଧାନସଭା ମଣ୍ଡଳୀର ବ୍ଲକସ୍ତରୀୟ ପ୍ରତିଯୋଗୀତାରେ ଶ୍ରେଷ୍ଠ କ୍ରୀଡ଼ାବିତ ଅଂଶଗ୍ରହଣ କରିଛନ୍ତି । ସୂଚନା ଯେ,ଆସନ୍ତା ୨୫ ତାରିଖ ଦିନ ସାଂସଦ ଖେଳ ମହୋତ୍ସବର ଉଦଯାପନୀ କାର୍ୟ୍ୟକ୍ରମରେ ମାନ୍ୟବର ସାଂସଦ କେନ୍ଦ୍ରାପଡ଼ା ବୈଜୟନ୍ତ ପଣ୍ଡା ଯୋଗଦାନ କରିବେ ।
ହିନ୍ଦୁସ୍ଥାନ ସମାଚାର / ରବି