ଶରଧାପୁର କପ୍ ଫୁଟବଲ, ଶରଧାପୁର ସ୍ପୋର୍ଟସ ଆସୋସିଏସନ ବିଜୟୀ
ଖୋର୍ଦ୍ଧା, ୨୩ ଡିସେମ୍ବର (ହି.ସ.)- ଶରଧାପୁର ସ୍ପୋର୍ଟସ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଶରଧାପୁର ଫୁଟବଲ ପଡ଼ିଆ ଠାରେ ୧୬ତମ ଶରଧାପୁର କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଗୋପାଳପୁର ମହାବୀର କ୍ଲବ ଓ ଆୟୋଜକ ଶରଧାପୁର ସ୍ପୋର୍ଟସ ଆସୋସିଏସନ ମଧ୍ୟରେ ମ୍ୟାଚ ଅନୁଷ
ଫୁଟବଲ


ଖୋର୍ଦ୍ଧା, ୨୩ ଡିସେମ୍ବର (ହି.ସ.)- ଶରଧାପୁର ସ୍ପୋର୍ଟସ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଶରଧାପୁର ଫୁଟବଲ ପଡ଼ିଆ ଠାରେ ୧୬ତମ ଶରଧାପୁର କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ଗୋପାଳପୁର ମହାବୀର କ୍ଲବ ଓ ଆୟୋଜକ ଶରଧାପୁର ସ୍ପୋର୍ଟସ ଆସୋସିଏସନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧର ଖେଳ ସଂଘର୍ଷପୂର୍ଣ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ। ତେବେ ଦ୍ଵିତିୟାର୍ଦ୍ଧରେ ଆୟୋଜକ ଦଳର ସାକିର ରହେମାନ ଓ ସୋନୁ ଗୋଟିଏ ଲେଖାଏଁ ଗୋଲ ଦେଇ ଆୟୋଜକ ଦଳକୁ ସେମିରେ ପ୍ରଵେଶ କରାଇଥିଲେ। ଆଜିର ଏହି ମ୍ୟାଚରେ ଆୟୋଜକ ଦଳର ସୋନିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ବେଷ୍ଟ ସ୍କୋରର ଭାବେ ସାକିର ରହେମାନଙ୍କୁ ମୁଖ୍ୟ ଅତିଥି ଭୁବନେଶ୍ଵର ସାଂସଦ ପ୍ରାର୍ଥି ମନ୍ମଥ ରାଉତରାୟ ପୁରସ୍କୃତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ମ୍ୟାଚକୁ ଜ୍ୟୋତିରଞ୍ଜନ ପରିଡ଼ା ପରିଚାଳନା କରିଥିବା ବେଳେ ସଗିର ଅହେମ୍ମଦ ଓ କାଳିଆ, ପିଣ୍ଟୁ ମକବୁଲ ରହେମାନ ତାଙ୍କୁ ଲାଇନରେ ସହାୟତା କରିଥିଲେ । ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀଧର ବଡ଼ଜେନା, ମହମ୍ମଦ ଜମିରୁଲ ରହେମନ, ଦେବରାଜ ବାରିକ, ମୀନକେତନ ବଡ଼ଜେନା ଜାପାନୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତାକାଲି ଶିବଶକ୍ତି ଭୁବନେଶ୍ୱର ଓ ବାଇଗୁଣିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସମ୍ପାଦକ ଏସ କେ ହୁଦା ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande