ଉପାନ୍ତ ଅଂଚଳରେ ବଡ଼ିବିଲଡରଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ଜୟପୁର, ୨୩ ଡିସେମ୍ବର (ହି.ସ.) - ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବାର୍ତାକୁ ନେଇ ଲୋକଙ୍କୁ ସଚେତନ କରାଇଛି ଷ୍ଟାଲିନ ଜିମି । ଆଦିବାସୀ ଅଧୁଷିତ ଉପାନ୍ତ ଅଂଚଳ ବୈପାରୀଗୁଡା ଠାରେ ପ୍ରଥମ ଥର ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି କ୍ଷ ଏଥିରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ୬୦ ଜଣ
ଉପାନ୍ତ ଅଂଚଳରେ ବଡ଼ିବିଲଡରଙ୍କ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ


ଜୟପୁର, ୨୩ ଡିସେମ୍ବର (ହି.ସ.) - ସ୍ୱାସ୍ଥ୍ୟ ହିଁ ସମ୍ପଦ ଏହି ବାର୍ତାକୁ ନେଇ ଲୋକଙ୍କୁ ସଚେତନ କରାଇଛି ଷ୍ଟାଲିନ ଜିମି । ଆଦିବାସୀ ଅଧୁଷିତ ଉପାନ୍ତ ଅଂଚଳ ବୈପାରୀଗୁଡା ଠାରେ ପ୍ରଥମ ଥର ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି କ୍ଷ ଏଥିରେ ଅଭିଭକ୍ତ କୋରାପୁଟ ଜିଲ୍ଲାର ୬୦ ଜଣ ବଡ଼ବିଲଡର ଅଂଶଗ୍ରହଣ କରିଥିଲେ । ମିଷ୍ଟର ବୈପାରୀଗୁଡା ଗ୍ଲଡ଼ ମେଡଲ ହାସଲ କରିଛନ୍ତି ଟାଙ୍ଗିଣୀଗୁଡାର ଦେବରାଜ ନାୟକ, ଷ୍ଟାଲିନ କ୍ଲାସୀକ ଗ୍ଲଡ଼ ମେଡଲ ବିଜେତା ହୋଇଛନ୍ତି ରଘୁରାମ କୁଲଦୀପ । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ମାଧ୍ୟମରେ ଉପାନ୍ତ ଅଂଚଳର ଯୁବ ପିଢ଼ିକୁ ସୁସ୍ଥ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଯାଉଛି ବୋଲି ଆୟୋଜିକ ରତ୍ନାକର ସ୍ୱାଇଁ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande