ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ବାର୍ଷିକ କଳା ଉତ୍ସବ–୨୦୨୫ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଲେ
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.) ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର ଦିନ ବାଲେଶ୍ୱରସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବାର୍ଷିକ କଳା ଉତ୍ସବ–୨୦୨୫ରେ ଯୋଗଦେଇ ଯୁବ କଳାକାରମାନଙ୍କ ସୃଜନଶୀଳ କୌଶଳର ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ଯୁବ କଳାକାରଙ୍କ ନି
ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ବାର୍ଷିକ କଳା ଉତ୍ସବ–୨୦୨୫ରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଲେ


ଭୁବନେଶ୍ୱର, 23 ଡିସେମ୍ବର (ହି.ସ.) ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଙ୍ଗଳବାର ଦିନ ବାଲେଶ୍ୱରସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟର ବାର୍ଷିକ କଳା ଉତ୍ସବ–୨୦୨୫ରେ ଯୋଗଦେଇ ଯୁବ କଳାକାରମାନଙ୍କ ସୃଜନଶୀଳ କୌଶଳର ପ୍ରଶଂସା କରିଛନ୍ତି। ଏହି ଅବସରରେ ସେ ଯୁବ କଳାକାରଙ୍କ ନିପୁଣ ହସ୍ତସ୍ପର୍ଶରେ ଜୀବନ୍ତ ହୋଇଉଠିଥିବା କଳାକୃତିଗୁଡ଼ିକୁ ନେଇ ଆୟୋଜିତ ଫଟୋ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ।

ସେ କହିଛନ୍ତି ଯେ, ଓଡ଼ିଶାର ସମୃଦ୍ଧ କଳା ଓ ସାଂସ୍କୃତିକ ପରମ୍ପରାକୁ ଆଗକୁ ନେବାରେ ଏପରି ଶିକ୍ଷାନୁଷ୍ଠାନମାନଙ୍କ ଭୂମିକା ଅତୁଳନୀୟ। ଯୁବ ପ୍ରତିଭାଙ୍କ ସୃଜନାତ୍ମକତା ଓ କଳାନୁରାଗ ରାଜ୍ୟର କଳା ଐତିହ୍ୟକୁ ନୂଆ ଉଚ୍ଚତାକୁ ନେଉଛି ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଓ ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଦାସ ମଧ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande