ଭାଗବତପ୍ରେମୀ ତ୍ରିଲୋଚନ ମିଶ୍ରଙ୍କ ପରଲୋକ
ପୁରୀ, ୨୩ ଡିସେମ୍ବର (ହି.ସ.) - ପୁରୀଜିଲ୍ଲା ବ୍ରହ୍ମଗିରି ଅଂଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଭାଗବତ ଟୁଙ୍ଗୀ ଓ ଗାଁ ଗାଁରେ ପରିଚିତ ଭାଗବତ ପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେହି ଅଂଚଳର ଛୋଟପୁର
ଭାଗବତପ୍ରେମୀ ତ୍ରିଲୋଚନ ମିଶ୍ରଙ୍କ ପରଲୋକ


ପୁରୀ, ୨୩ ଡିସେମ୍ବର (ହି.ସ.) - ପୁରୀଜିଲ୍ଲା ବ୍ରହ୍ମଗିରି ଅଂଚଳର ବିଭିନ୍ନ ଧାର୍ମିକ ଅନୁଷ୍ଠାନ, ଭାଗବତ ଟୁଙ୍ଗୀ ଓ ଗାଁ ଗାଁରେ ପରିଚିତ ଭାଗବତ ପ୍ରେମୀ ପଣ୍ଡିତ ତ୍ରିଲୋଚନ ମିଶ୍ରଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସେହି ଅଂଚଳର ଛୋଟପୁର ଗାଁରେ ଜନ୍ମିତ ହୋଇ କର୍ମ ସ୍ଥଳ ଭାବେ ବ୍ରହ୍ମଗିରି ବଜାରରେ ଦୀର୍ଘ ୫୦ ବର୍ଷ ଧରି କର୍ମ କରି ଆସୁଥିଲେ । ବ୍ରହ୍ମଗିରିର ବିଶିଷ୍ଟ ଘଂଟା କାରିଗର ଭାବେ ପରିଚିତ ଥିଲେ । ଶ୍ରୀ ଅଲାରନାଥଙ୍କ ପୀଠରେ ଭଜନ ସମାରୋହ ଆୟୋଜନ କରିବା, ଗୋପ ଛକରେ ମଙ୍ଗଳା ମନ୍ଦିର ନିର୍ମାଣ, ଯଜ୍ଞ କାର୍ଯ୍ୟ ଓ ପୁରୋହିତ କାର୍ଯ୍ୟ କରୁଥିଲେ। ବ୍ରହ୍ମଗିରି ବଜାରର ଉନ୍ନତି ପାଇଁ କାର୍ଯ୍ୟରତ ଥିଲେ । ପୁରୀ ରାମଦୟା ପରିଷଦର ସଭ୍ୟ, ଗୁରୁଙ୍କ ଠାରୁ ଦୀକ୍ଷା ଗ୍ରହଣ କରି ସନାତନ ଧର୍ମର ପ୍ରଚାର କରୁଥିଲେ । କଟକ ବାଦାମବାଡି ପାଲା ମଣ୍ଡପରେ ପ୍ରବଚନ ଦେଇ ବେଶ ସେହି ଅଂଚଳରେ ପରିଚିତ ଥିଲେ । ବ୍ରହ୍ମଗିରିର ବିଭିନ୍ନ ଗ୍ରାମାଂଚଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିଲେ । ମାଣିକ ପାଟଣା ଭାବ କୁଣ୍ଡେଳେଶ୍ୱର ମନ୍ଦିରର ଉନ୍ନତି ପାଇଁ ବହୁ ବର୍ଷ ପୂର୍ବେ କାର୍ଯ୍ୟ କରିଥିଲେ । ୨୦ ରୁ ଉର୍ଦ୍ଧ୍ୱ ଗ୍ରାମର ପୁରୋହିତ ଭାବେ ବେଶ ଲୋକପ୍ରିୟ ହୋଇଥିଲେ । ସେ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ସତ୍ୟ, ନ୍ୟାୟ ଓ କର୍ମ ଉପରେ ବିଶ୍ୱାସ କରୁଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ବ୍ରହ୍ମଗିରି, କୃଷ୍ଣପ୍ରସାଦ, ପୁରୀ ସହର ଓ ପୁରୀ ସଦରରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଶେଷକୃତ୍ୟ ସ୍ୱର୍ଗଦ୍ୱାର ଠାରେ ସମ୍ପନ୍ନ ହୋଇଥିଲା । ତାଙ୍କର ଧର୍ମପତ୍ନୀ, ଦୁଇ ପୁଅ ଓ ଏକମାତ୍ର କନ୍ୟା ରହିଛନ୍ତି । ତାଙ୍କ ପୁତ୍ର ରବିନାରାୟଣ ମିଶ୍ର ( କୃଷ୍ଣ) ମୁଖାଗ୍ନି ଦେଇଥିଲେ । ସାନପୁଅ ରାମଚନ୍ଦ୍ର ମିଶ୍ର (ହଂସ) ଓ ତାଙ୍କର ସାନଭାଇ ଓଡ଼ିଶା ସାମ୍ବାଦିକ ସଂଘ ପୁରୀ ଜିଲ୍ଲା ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ସହ ବନ୍ଧୁବାନ୍ଧବ, ଆତ୍ମିୟ ସ୍ୱଜନ ମାନେ ଶେଷ ଦର୍ଶନ ଓ ପୁଷ୍ପ ମାଲ୍ୟାର୍ପଣ ସହ ସ୍ୱର୍ଗଦ୍ୱାର ଠାରେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande