
ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- ସାତଭାୟା ବାଲ୍ୟ ବିବାହକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦ୍ବେଗ ପ୍ରକାଶ କରିଛନ୍ତି। ଏଥିପାଇଁ କର୍ମଚାରୀଙ୍କୁ ତାଗିଦ୍ କରିବା ସହ ସ୍ଥିତି ଦେଖି କାମ କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମତୀ ପରିଡା।
ସେ କହିଛନ୍ତି ଘଟଣାରେ ରିପୋର୍ଟ ମାଗାଯାଇଛି, ରିପୋର୍ଟ ଆସିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଅପରାଧ ରୋକିବାକୁ ହେଲେ ସମାଜର ସହଯୋଗ ବି ଦରକାର। ଡାହାଣୀ ନିର୍ଯାତନା ଓ ବାଲ୍ୟ ବିବାହ ନିବାରଣ କର୍ମଶାଳାରେ କର୍ମଚାରୀଙ୍କୁ ତାଗିଦ୍ କରି ସେ କହିଛନ୍ତି ଫାଇଲ୍ ନିୟମ ଅନୁସାରେ କାମ ନକରି ସ୍ଥିତି ଦେଖି କାମ କର। ମାସକୁ ଥରେ ଗୋଟିଏ ଘଂଟା ଡାହାଣୀ ଅନ୍ଧବିଶ୍ୱାସ ଥିବା ଅଂଚଳ ଗସ୍ତ କର। ଯେଉଁଠି ବାଲ୍ୟ ବିବାହ ବିବାହ ପ୍ରଥା ରହିଛି, ସେଠାକୁ ଗସ୍ତ କରି ସଚେତନ କରିବାକୁ ଉପ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଡାହାଣୀ ସନ୍ଦେହରେ ନିର୍ଯ୍ୟାତନା ଓ ବାଲ୍ୟ ବିବାହ ନିବାରଣ' ବିଷୟକୁ ନେଇ ମଙ୍ଗଳବାର ଲୋକସେବା ଭବନର କନ୍ଭେନ୍ସନ୍ ସେଂଟରଠାରେ ରାଜ୍ୟସ୍ତରୀୟ କର୍ମଶାଳାରେ ଆୟୋଜିତ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା