
ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ପୁତ୍ର ତଥା କଂଗ୍ରେସ ନେତା ପୃଥ୍ୱୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ନିରଞ୍ଜନ ପଟ୍ଟନାୟକ ଓ ଆର୍ଯ୍ୟ ଜ୍ଞାନେନ୍ଦ୍ର ମଙ୍ଗଳବାର ନବୀନ ନିବାସରେ ପହଂଚି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜନ୍ମ ଶତାବାର୍ଷିକୀ ପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିବା ପାଇଁ ସେମାନେ ନବୀନ ନିବାସ ଯାଇଥିବା ସୂଚନା ମିଳିଛି। ଆସନ୍ତା ୩ ତାରିଖରେ କ୍ୟାପିଟାଲ ହାଇସ୍କୁଲ ପଡିଆରେ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା