
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ବିବିତ୍ସା ୱାର୍ଲ୍ଡ ସ୍କୁଲର ଶୁଭ ଉଦ୍ଘାଟନ କରିଛନ୍ତି
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଭାଲୁ କୁନ୍ଦା ଠାରେ ନବ ନିର୍ମିତ
ବିବିତ୍ସା ୱର୍ଲ୍ଡ ସ୍କୁଲର କେନ୍ଦ୍ର ମନ୍ତ୍ରୀ କରିଛନ୍ତି ଉଦ୍ଘାଟନ । ଉଦ୍ଘାଟନୀ
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସ୍କୁଲରେ
ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆଯାଇଛି ଭବ୍ୟ ସ୍ବାଗତ ସମର୍ଦ୍ଧନା । ବିବିତ୍ସା
ୱର୍ଲ୍ଡ ସ୍କୁଲର ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ । ପୂର୍ଣ୍ଣ କାଳୀନ ସିବିଏସଇସ୍କୁଲ ଆରମ୍ଭ ହୋଇଛି ବିବିତ୍ସା ୱର୍ଲ୍ଡା ସ୍କୁଲ । ମାଆ ସମାଲେଇଙ୍କ
ଆଶୀର୍ବାଦରୁ ସମ୍ବଲପୁର ବାସୀଙ୍କ ସେବା କରିବାର ସୁଯୋଗ ଏହା ସୌଭାଗ୍ୟ ବୋଲି କହିଛନ୍ତି
ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରିଆ
ମାନେ ସମ୍ବଲପୁରର ବିଶେଷତା । ଏଠାକାର ଅର୍ଥନୀତି ଓ ସାମାଜିକ ଜୀବନ ସହ ଯିଏ ଯୋଡ଼ି ହୋଇଅଛନ୍ତି
ସେମାନେ ସମ୍ବଲପୁରିଆ । 5ଟି ବିଶ୍ଵବିଦ୍ୟାଳୟ ସମ୍ବଲପୁରରେ ଅଛି । ଏମିତି କୌଣସି ସହର ନାହିଁ
ଯେଉଁଠି 5ଟି ବିଶ୍ଵବିଦ୍ୟାଳୟ ଅଛି । ଏଥିରେ ବିବିତ୍ସା ୱର୍ଲ୍ଡ ସ୍କୁଲ ମଧ୍ୟ ଯୋଡ଼ି ହେଲା ।
ଆଗାମୀ ଦିନରେ ବିବିତ୍ସା ବିଶ୍ଵବିଦ୍ୟାଳୟ ମଧ୍ୟ ହେବ ବୋଲି ଆହ୍ଵାନ ଦେଲେ କେନ୍ଦ୍ର ମନ୍ତ୍ରୀ ।
ଝାରସୁଗୁଡ଼ା ବିମାନ ବନ୍ଦର ହେଲା ପରେ ସମ୍ବଲପୁର ଆଗାମୀ ଦିନରେ ଜ୍ଞାନ ଆଧାରିତ ଅର୍ଥନୀତିରେ
ପରିଣତ ହେବ ବୋଲି ବିଶ୍ୱାସ ଅଛି । 'ବିବିତ୍ସା' ଆଗାମୀ ସମୟରେ ସମାଜ ଭିତରେ ମିଶିଯିବ ବୋଲି ଶୁଭେଚ୍ଛା
ଜଣାଇଲେ ଧର୍ମେନ୍ଦ୍ର । ଭୀମ ମଣ୍ଡଳୀ ପ୍ରସ୍ତର ଚିତ୍ର କଳାର ଇତିହାସ ଓ ଗବେଷଣା ବିଷୟରେ ଉଲ୍ଲେଖ
କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ । 10 ହଜାର ପୂର୍ବରୁ ସେଠାରେ ମନୁଷ୍ୟ ବସବାସ କରୁଥିଲେ ।
ସେତେବେଳେ ଲୋକ ମାନେ ପଥରରେ ଚିତ୍ର ଆଙ୍କି ନିଜ ଭାବନା ଅନ୍ୟ ମାନଙ୍କୁ ବୁଝାଉଥିଲେ । ଏଆଇଟେକ୍ନୋଲୋଜିର ଉପଯୋଗିତା ବିଷୟରେ ମତ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ
। ମେସିନ କେବେ ମଣିଷର ସ୍ଥାନ ନେଇପାରିବ ନାହିଁ । ସାରା ବିଶ୍ୱରେ ପ୍ରଗତିର ମୂଳ ମନ୍ତ୍ର ହେଉଛି
ଭାଷା । ବ୍ୟକ୍ତିର ବୁଦ୍ଧିମତ୍ତା ବଢ଼ିଆବା ପାଇଁ ଭାଷା ଠିକ୍ କରିବାକୁ ପଡ଼ିବ । ଅତି କମରେ 5ମ
ଶ୍ରେଣୀ ଯାଏଁ ନିଜ ମାତୃଭାଷାରେ ପିଲାଙ୍କୁ ପଢାଇବାର ଆବଶ୍ୟକତା ଅଛି । ମ୍ୟାକେଲଙ୍କ ଶିକ୍ଷାଦାନ
ପଦ୍ଧତି ପାଇଁ ଆମେ ଆଜି ଭ୍ରମିତ ହୋଇଛନ୍ତି । ପିଲାମାନେ କେବଳ କ୍ଲାସ ରୁମ୍ ନୁହେଁ ପାରିପାର୍ଶ୍ବିକ
ପରିବେଶରୁ ଶିଖି ଥାଆନ୍ତି । ସମ୍ବଲପୁରକୁ ଷ୍ଟାର୍ନଫର୍ଡ ଓ ସିଲିକନ୍ ଭ୍ୟାଲିରୁ ବି ଆଗକୁ
ବଢାଇବାର ସ୍ବପ୍ନ ଅଛି । ଉଦ୍ଘାଟନ ପରେ ସ୍କୁଲ ପରିସର ପରିଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା
ମନ୍ତ୍ରୀ । ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ କ୍ଲାସ ରୁମ୍, ଲ୍ୟାବ, ପ୍ଲେ ଗ୍ରାଉଣ୍ଡ, ଶିକ୍ଷା ଆଧାରିତ ଖେଳ ଉପକରଣ ଭଳି ବିଭିନ୍ନ ବ୍ୟବସ୍ଥା
ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା