କୁଆଖିଆ ଠାରେ ବନ୍ଧୁ ମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ
ଧର୍ମଶାଳା, ୨୩ ଡିସେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତସଙ୍ଗ ବିହାର ପରିସରରେ ଏକ ବନ୍ଧୁ ମିଳନ ଉତ୍ସବରେ ସାମିଲ ହୋଇଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ନିକଟରେ ମୋକିମ କଂଗ୍ରେସ ଦଳର ଭିତିରି କଥାକୁ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ଦଳ ଭିତରେ ସମାଲୋଚନା
କୁଆଖିଆଠାରେ ଏକ ବନ୍ଧୁ ମିଳନ ଉତ୍ସବରେ କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ


ଧର୍ମଶାଳା, ୨୩ ଡିସେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ କୁଆଖିଆ ସତସଙ୍ଗ ବିହାର ପରିସରରେ ଏକ ବନ୍ଧୁ ମିଳନ ଉତ୍ସବରେ ସାମିଲ ହୋଇଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ନିକଟରେ ମୋକିମ କଂଗ୍ରେସ ଦଳର ଭିତିରି କଥାକୁ ବିବାଦୀୟ ମନ୍ତବ୍ୟ ଦେଇ କଂଗ୍ରେସ ଦଳ ଭିତରେ ସମାଲୋଚନାର ଶିକାର ହୋଇଥିଲେ । ଯାହାକୁ ନେଇ ଏଆଇସିସି ଦ୍ୱାରା ତାଙ୍କୁ ଦଳର ବହିଷ୍କୃତ କରାଯାଇଥିଲା । ଆଜି ହଠାତ୍ ଯାଜପୁର ଜିଲାରେ ବନ୍ଧୁ ମିଳନ ଉତ୍ସବରେ ନିଜ ଆନୁଗତ୍ୟମାନଙ୍କୁ ଏକାଠି କରିବାକୁ ନେଇ ରାଜନୈତିକ ଉଷ୍ମତା ଦେଖା ଦେଇଛି । ତେବେ ଏହା ପଛରେ କ'ଣ ରହସ୍ୟ ଓ ଆଭିମୁଖ୍ୟ ରହିଛି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହି ବନ୍ଧୁ ମିଳନ ଉତ୍ସବରେ କଂଗ୍ରେସର ଆଗ ଧାଡିର ନେତା ଓ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ସେ ଏକ ନୂଆ ଆଂଚଳିକ ଦଳ ଗଢି ପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ ତାଙ୍କ ପ୍ରତି ଦଳୀୟ କର୍ମୀଙ୍କ ଭଲ ପାଇବା ଓ ବିଶ୍ୱସନୀୟତା ପରିଲକ୍ଷିତ ହୋଇଥିଲା । କଂଗ୍ରେସ ଦଳରେ ଅନେକ ଦଳୀୟ ନେତା ଓ କର୍ମୀ ଅବହେଳିତ ଅବସ୍ଥାରେ ଥିବା ଅନୁଭବ ହୋଇଛି, ବିଜେଡିର ଅନେକ ନେତୃତ୍ୱ ମଧ୍ୟ ଏହିଭଳି ସ୍ଥିତିରେ ଅଛନ୍ତି । ବିଜୟ ମହାପାତ୍ରଙ୍କ ଠାରୁ ଆରମ୍ଭ କରି ଅନେକ ପୁରୁଖା ନେତାଙ୍କ ସହ ଆଲୋଚନା ଜାରି ରହିଛି, ତେବେ ସମସ୍ତଙ୍କ ସହ ଆଲୋଚନା ଓ ପରାମର୍ଶ ପରେ ନୂଆ ଦଳ ଗଢିବା କଥା ଚିନ୍ତା କରାଯିବ ବୋଲି ମୋକିମ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande