ମହାନଦୀ ବିବାଦ ନେଇ ଉଚ୍ଚସ୍ତରୀୟ କମିଟି ବୈଠକ
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ମହାନଦୀ ବିବାଦ ନେଇ ଉଚ୍ଚସ୍ତରୀୟ କମିଟି ବୈଠକ ଆରମ୍ଭ ହୋଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଛି । ଓଡ଼ିଶା-ଛତିଶଗଡ ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଚାଲିଛି ଆଲୋଚନା । ଉଚ୍ଚସ୍ତରୀୟ କମିଟିର
ମହାନଦୀ


ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ମହାନଦୀ ବିବାଦ ନେଇ ଉଚ୍ଚସ୍ତରୀୟ କମିଟି ବୈଠକ ଆରମ୍ଭ

ହୋଇଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଛି । ଓଡ଼ିଶା-ଛତିଶଗଡ

ମଧ୍ୟରେ ଲାଗିଥିବା ବିବାଦକୁ ନେଇ ଚାଲିଛି ଆଲୋଚନା । ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ

ଥିବାରୁ ସମାଧାନ ବାଟ ଫିଟିବା ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ

କମିଟିରେ ବିଜେପି, ବିଜେଡି ଓ କଂଗ୍ରେସ

ପ୍ରତିନିଧି ଅଛନ୍ତି ।

ଏହି କମିଟି ମହାନଦୀ ଜଳ ସମ୍ପର୍କିତ ସମସ୍ତ ପ୍ରାସଙ୍ଗିକ ଦିଗକୁ

ପରୀକ୍ଷା କରିବ । ରାଜ୍ୟର ବୈଷୟିକ ଏବଂ

ପ୍ରଶାସନିକ ସ୍ତରରେ ଚାଲୁଥିବା ପ୍ରୟାସଗୁଡ଼ିକୁ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande