୧୦୮ ଆମ୍ୱୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ୱୁଲାନ୍ସ
ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)- ୧୦୮ ଆମ୍ୱୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ ଆମ୍ୱୁଲାନ୍ସ । ଯୋଡ଼ିହେବ। କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ଉତ୍ସର୍ଗ କରିଛନ୍ତି । ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ
ଆମ୍ବୁଲାନ୍ସର ଲୋକାର୍ପଣ


ଭୁବନେଶ୍ୱର, 23 ଡିସେମ୍ବର (ହି.ସ.)-

୧୦୮ ଆମ୍ୱୁଲାନ୍ସ ସେବାରେ ସାମିଲ ହେଲା ୧୫୦ଟି ନୂଆ

ଆମ୍ୱୁଲାନ୍ସ । ଯୋଡ଼ିହେବ। କଳିଙ୍ଗ ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ଉତ୍ସର୍ଗ କରିଛନ୍ତି । ୧୧୧ କୋଟି ଟଙ୍କାରେ ୪୨୮ଟି ନୂଆ

ଆମ୍ୱୁଲାନ୍ସ ଗଡ଼ିବାର ଯୋଜନା ଅଛି । ପ୍ରଥମ ପର୍ଯ୍ୟାୟରେ ଲୋକାର୍ପିତ ହୋଇଛି ୧୫୦ଟି ନୂଆ ୧୦୮

ଆମ୍ୱୁଲାନ୍ସ । ରାଜ୍ୟରେ ଅଚଳ ଥିବା ୧୦୮ ଆମ୍ବୁଲାନ୍ସଗୁଡ଼ିକ ପରିବର୍ତ୍ତନ କରାଯାଇଛି । ସେହି

ସ୍ଥାନରେ ନୂଆ ଆମ୍ବୁଲାନ୍ସ ଦିଆଯାଇଛି ।

୨ଟି ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ଇଏମଏଏସଆମ୍ବୁଲାନ୍ସ, ବାଣିଜ୍ୟ ଏବଂ

ପରିବହନ ବିଭାଗ ପାଇଁ ୫ଟି ଏଏଲଏସଆମ୍ବୁଲାନ୍ସ

ବିମାନବନ୍ଦର/ଏୟାରସ୍ଟିପରେ ବ୍ୟବହାର ନିମନ୍ତେ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍

ହସ୍ପିଟାଲ୍ ପାଇଁ ୨ଟି ଏଏଲଏସଆମ୍ବୁଲାନ୍ସ

ବ୍ୟବହାର କରାଯିବ ।

୧୦୮ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା ଏବଂ ଅସୁସ୍ଥ ଶିଶୁଙ୍କୁ

ଡାକ୍ତରଖାନା ନେବା ନିମନ୍ତେ ରାଜ୍ୟରେ ୫୦୦ଟି ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସର

ମଧ୍ୟ ବ୍ୟବସ୍ଥା ରହିଅଛି ।

ପ୍ରତିଦିନ ହାରାହାରି ୫୦୦୦ ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮

ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଏବଂ ଜନନୀ ଏକ୍ସପ୍ରେସ୍ ଆମ୍ବୁଲାନ୍ସ ସେବା ଦ୍ବାରା

ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି ।

ରାଜ୍ୟରେ ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା

ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଅଛି ।

୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ଗୁଡିକର ପଞ୍ଜିକରଣ, ବୀମା ଏବଂ

ବ୍ରାଣ୍ଡିଙ୍ଗ୍ ଇତ୍ୟାଦି ସହିତ ପ୍ରତି ଆମ୍ବୁଲାନ୍ସ.୨୫.୭୭ଲକ୍ଷ

ଟଙ୍କାରେ କ୍ରୟ କରାଯାଇଛି ଏବଂ ୪୨୮ ଗୋଟି ଆମ୍ବୁଲାନ୍ସ ପାଇଁ ମୋଟ ପ୍ରାୟ ୧୧୧ କୋଟି

ଟଙ୍କାଖର୍ଚ୍ଚ ହୋଇଛି ଏବଂ ଏହାର ସମୁଦାୟ କ୍ରୟ ଖର୍ଚ୍ଚ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ

ବହନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande