ବ୍ରହ୍ମବରଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ
ଧର୍ମଶାଳା, ୨୩ ଡିସେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ପଂଚାନନ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ର
ବ୍ରହ୍ମବରଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ


ଧର୍ମଶାଳା, ୨୩ ଡିସେମ୍ବର (ହି.ସ.)- ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ପଂଚାନନ ରାଉତଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ. ରବିନ୍ଦ୍ର ନାରାୟଣ ବେହେରା, ମୁଖ୍ୟବକ୍ତା ଭାବେ ଶିଶୁ ସାହିତ୍ୟିକ ଡ. ରାଜ କିଶୋର ପାଢୀ, ସମ୍ମାନୀତ ଅତିଥିଭାବେ ରସୁଲପୁର ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ଡ. ପ୍ରଭଞ୍ଜନ ପତି ପ୍ରମୁଖ ଯୋଗଦେଇ ଡିଜିଟାଲ ଶିକ୍ଷା ସହ ପାଠ୍ୟ ପୁସ୍ତକକୁ ଗୁରୁତ୍ୱ ଦେବା ସହ ଚରିତ୍ର ଗଠନ ନିମନ୍ତେ ଅତି ଯତ୍ନବାନ ହେବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅତିଥିମାନେ ବିଦ୍ୟା ମନ୍ଦିରର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାମନ୍ଦିର ସମ୍ପାଦକ ହେମନ୍ତ କୁମାର ସାହୁ ଅତିଥି ପରିଚୟ ଓ ପ୍ରଧାନ ଆଚାର୍ଯ୍ୟ ରାଜ କୁମାର ବାରିକ୍ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ବତନ ସଭାପତି ପ୍ରତାପ କେଶରୀ ଦେଓ, ପୂର୍ବତନ ସମ୍ପାଦକ ସଂଜୟ କୁମାର ବେହେରା, କୋଷାଧ୍ୟକ୍ଷ ସନାତନ ମଣ୍ଡଳ, ଶିକ୍ଷାକର୍ମୀ ମନ୍ଦାକିନୀ ପାଢୀ, ଲୋପାମୁଦ୍ର ମହାନ୍ତି, ଜ୍ଞାନ ରଂଜନ ପାଢୀ, ପ୍ରିୟବ୍ରତ ପାଣି, ଚପଳା ସାହୁ, ତିଲୋତମା ପାତ୍ର, ପ୍ରମୋଦ କୁମାର ସାହୁ, ବିପାଶା ମିଶ୍ର, ସୁମିତ୍ରା ବେହେରା, ସଂଗୀତା ନାଥ ଓ ପ୍ରିୟଙ୍କା ପାଣି ପ୍ରମୁଖ ସହଯୋଗ କରିଥିଲେ । ସଭ୍ୟ ବିରେଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶେଷରେ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande