ମାତ୍ର ୨୬୩ ଦିନରେ ୨୦୦ ନିୟୁତ ଟନ ପରିବହନ କରିଛି ପୂର୍ବତଟ ରେଳପଥ
ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- ପୂର୍ବତଟ ରେଳପଥ ଚଳିତ ଆର୍ôଥକ ବର୍ଷ ଅର୍ଥାତ ୨୦୨୫-୨୬ ମଧ୍ୟରେ ସବୁଠାରୁ କମ ସମୟ ମଧ୍ୟରେ ମାତ୍ର ୨୬୩ ଦିନ ମଧ୍ୟରେ ୨୦୦ ନିୟୁତ ଟନ୍ (ଏମଟି) ମାଲ ପରିବହନ ପରିଚାଳନା କରି ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛି। ଏହି ସଫଳତା ୨୦୨୪-୨୫ ରେ ପୂର୍ବତଟ ରେଳପଥରର ବିଗତ ଶ୍
ହରକଗଦଜଚ


ଭୁବନେଶ୍ୱର, ୨୩ ଡିସେମ୍ବର (ହି.ସ)- ପୂର୍ବତଟ ରେଳପଥ ଚଳିତ ଆର୍ôଥକ ବର୍ଷ ଅର୍ଥାତ ୨୦୨୫-୨୬ ମଧ୍ୟରେ ସବୁଠାରୁ କମ ସମୟ ମଧ୍ୟରେ ମାତ୍ର ୨୬୩ ଦିନ ମଧ୍ୟରେ ୨୦୦ ନିୟୁତ ଟନ୍ (ଏମଟି) ମାଲ ପରିବହନ ପରିଚାଳନା କରି ଉଲ୍ଲେଖନୀୟ ମାଇଲଖୁଂଟ ହାସଲ କରିଛି।

ଏହି ସଫଳତା ୨୦୨୪-୨୫ ରେ ପୂର୍ବତଟ ରେଳପଥରର ବିଗତ ଶ୍ରେଷ୍ଠ ୨୯୦ ଦିନକୁ ଅତିକ୍ରମ କରିଛି, ଯାହାକି ୨୭ ଦିନ ପୂର୍ବରୁ ଅର୍ଥାତ ୨୬୩ ଦିନରେ ଏହି ମାଇଲଖୁଂଟ ହାସଲ କରିଛି, ଯାହା ଜୋନର ପରିଚାଳନାଗତ ଉତ୍କର୍ଷତା, ଭିତିଭୂମି ବୃଦ୍ଧି ଏବଂ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସମନ୍ୱୟକୁ ପ୍ରତିଫଳିତ କରୁଛି ।

ତୁଳନାମୂଳକ ଭାବେ, ପୂର୍ବ ବର୍ଷ ଗୁଡ଼ିକରେ ପୂର୍ବତଟ ରେଳପଥ ୨୦୦ ନିୟୁତ ଟନ ମାଲ ପରିବହନ କରିଛି ୨୦୨୩-୨୪ ରେ ୨୯୫ ଦିନ ୨୦୨୨-୨୩ ରେ ୩୧୦ ଦିନ।

ଏହା ବ୍ୟତୀତ, ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ, ପୂର୍ବତଟ ରେଳପଥ ୩୮୪.୨୦ ନିୟୁତ ଟନ୍ ମୋଟ ମାଲ ପରିବହନ କରି ରେକର୍ଡ କରିଛି, ଯେଉଁଥିରେ ୨୦୨.୫୦ ଏମଟି ଲୋଡିଂ ଏବଂ ୧୮୧.୭୦ ଗଞ ଅନଲୋଡିଂ ଅନ୍ତର୍ଭୁକ୍ତ, ଯାହା ୩୪୮.୭୦ ଏମଟି ମାଲ ପରିବହନ ତୁଳନାରେ ୧୦.୨% ସାମଗ୍ରିକ ଅଭିବୃଦ୍ଧି ହାସଲ କରିଛି, ଯେଉଁଥିରେ ପୂର୍ବ ବର୍ଷର ସମାନ ସମୟ ମଧ୍ୟରେ ୧୮୧.୫୪ ଏମଟି ଲୋଡିଂ ଏବଂ ୧୬୭.୧୬ ଏମଟି ଅନଲୋଡିଂ ଅନ୍ତର୍ଭୁକ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande