ଅଧ୍ୟାପକ ନିଯୁକ୍ତି ସହ ସେମିଷ୍ଟର ସମୟ ନିର୍ଘଣ୍ଟ ଘୁଞ୍ଚାଇବା ଦାବିରେ ଧାରଣାରେ ବସିଲେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ
କେନ୍ଦୁଝର, 24 ଡିସେମ୍ବର (ହି.ସ.) ଅଧ୍ୟାପକ ଅଭାବରୁ ପାଠପଢ଼ା ହୋଇପାରୁ ନାହିଁ । ଆଗକୁ ଆସୁଛି ପରୀକ୍ଷା । ଏଭଳି ଏକ ସମୟରେ ଅତିଥି ଅଧ୍ୟାପକଙ୍କ କାର୍ଯ୍ୟକାଳ ସମାପ୍ତ ହେବା ନେଇ ଜାରି ହୋଇଛି ଚିଠି । ଏହାକୁ ବିରୋଧ କରି କେନ୍ଦୁଝର ଧରଣୀଧର ବିଶ୍ଵ ବିଦ୍ୟାଳୟର ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି
ଅଧ୍ୟାପକ ନିଯୁକ୍ତି ସହ ସେମିଷ୍ଟର ସମୟ ନିର୍ଘଣ୍ଟ ଘୁଞ୍ଚାଇବା ଦାବିରେ ଧାରଣାରେ ବସିଲେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ


କେନ୍ଦୁଝର, 24 ଡିସେମ୍ବର (ହି.ସ.) ଅଧ୍ୟାପକ ଅଭାବରୁ ପାଠପଢ଼ା ହୋଇପାରୁ ନାହିଁ । ଆଗକୁ ଆସୁଛି ପରୀକ୍ଷା । ଏଭଳି ଏକ ସମୟରେ ଅତିଥି ଅଧ୍ୟାପକଙ୍କ କାର୍ଯ୍ୟକାଳ ସମାପ୍ତ ହେବା ନେଇ ଜାରି ହୋଇଛି ଚିଠି । ଏହାକୁ ବିରୋଧ କରି କେନ୍ଦୁଝର ଧରଣୀଧର ବିଶ୍ଵ ବିଦ୍ୟାଳୟର ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ରାଜନୀତି ବିଜ୍ଞାନର ସ୍ନାତକୋତ୍ତର ଛାତ୍ରଛାତ୍ରୀ । ଏସମ୍ପର୍କରେ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରି କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇଛନ୍ତି । ମାତ୍ର ୨ଜଣ ଅଧ୍ୟାପକଙ୍କ ଦ୍ୱାରା ରାଜନୀତି ବିଜ୍ଞାନର ପାଠପଢ଼ା ହେଉଛି । ଅନେକ ବିଷୟରେ ଏଯାଏ ପାଠପଢ଼ା ଆରମ୍ଭ ହୋଇ ନଥିବା ବେଳେ, ଆଗକୁ ସେମିଷ୍ଟାର୍ ପରୀକ୍ଷା କିଭଳି ଦେବେ, ସେନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଛାତ୍ରଛାତ୍ରୀ ।

ବିଭାଗରେ ସ୍ଥାୟୀ ଏଚ୍ ଓ ଡି ନିଯୁକ୍ତି ଦେବା, ଅତିଥି ଅଧ୍ୟାପକମାନଙ୍କୁ ପୁନଃ ନିଯୁକ୍ତି ଦେବା ସହ, ସେମିଷ୍ଟାର୍ ପରୀକ୍ଷା ସମୟ ନିର୍ଘଣ୍ଟ ଘୁଞ୍ଚାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ପରେ ରେଜିଷ୍ଟାର ଆସି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ ଯଥାଶିଘ୍ର ଅତିଥି ଅଧ୍ୟାପକ ନିଯୁକ୍ତି କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା କଥା କହିବା ସହ ପ୍ରତି ବିଭାଗରେ ଯଥାଶିଘ୍ର ଅତିଥି ଅଧ୍ୟାପକ ନିଯୁକ୍ତି କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande