ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସମ୍ବଲପୁରର ବରିଷ୍ଠ ରାଜସ୍ୱ ସହାୟକ

ସମ୍ବଲପୁର, ୨୪, ଡିସେମ୍ବର (ହି.ସ.) ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ମୁଖ୍ୟ ବନ୍ଦୋବସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କ ୪ଟି ଠିକଣାରେ ଆଜି ଭିଜିଲାନ୍ସ ବିଭାଗ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରୁଛି। ସମ୍ବଲପୁର ମୁଖ୍ୟ ବନ୍ଦୋବସ୍ତ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବାସୁଦେବ ଭୋଇଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ବିଭାଗ ଏକକାଳୀନ ତାଙ୍କ ଘର ଓ କାର୍ଯ୍ୟାଳୟରେ ତଲାସୀ ଆରମ୍ଭ କରିଛି । ଏହି ଚଢ଼ାଉରେ ୨ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀମାନେ ମଧ୍ୟ ନିୟୋଜିତ ରହିଛନ୍ତି। ବରଗଡ଼ ଏବଂ ସମ୍ବଲପୁର ଜିଲ୍ଲାର ୪ଟି ସ୍ଥାନରେ ଏହି ଚଢ଼ାଉ କରାଯାଉଛି । ବରଗଡ଼ରେ ଥିବା ତାଙ୍କର ଦୁଇମହଲା ବିଶିଷ୍ଟ ବାସଭବନ, ବରଗଡ଼ରେ ଥିବା ତାଙ୍କ ପୈତୃକ ଘର, ସମ୍ବଲପୁରର ଚାରଭାଟିରେ ଥିବା ଏକ ଆଲିସାନ୍ କୋଠା ଏବଂ ସମ୍ବଲପୁରରେ ଥିବା ତାଙ୍କ କାର୍ଯ୍ୟାଳୟ ଏହି ଚଢ଼ାଉରେ ସାମିଲ କରାଯାଇଛି । ଶ୍ରୀ ଭୋଇଙ୍କର ଚାକିରି କାଳ ଆଉ ମାତ୍ର ଏକ ବର୍ଷ ଥିଲା । ଯେତେବେଳେ କି ଅବସର ଗ୍ରହଣ ପୂର୍ବରୁ ନିଜ ସନ୍ତାନ ସନ୍ତତିଙ୍କ ବୈବାହିକ କାର୍ଯ୍ୟ ସାରି ଦେବାପାଇଁ ଦୀର୍ଘ ଦିନ ଧରି ବହୁ ଜୋରଦାର ଉଦ୍ୟମ କରି ଆସୁଥିଲେ । ଦୁର୍ଭାଗ୍ୟକୁ ଗତ ୩ରୁ ୪ ମାସ ଧରି ସେ ଭିଜିଲାନ୍ସ ସ୍କାନରରେ ରହି ଆସିଥିଲେ । ଧାର୍ଯ୍ୟ ସମୟରେ ଶ୍ରୀଭୋଇ କାର୍ଯ୍ୟାଳୟକୁ ଆସିନଥିବା ଯୋଗୁଁ ତାଙ୍କ ରୁମରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା । ଭିଜିଲାନ୍ସ ବିଭାଗର ଗୋଟିଏ ସ୍ବାର୍ଡ ଶ୍ରୀଭୋଇଙ୍କ ଘରେ ଚଢ଼ାଉ କରୁଥିବା ବେଳେ ଆଉ ଗୋଟିଏ ସ୍ବାର୍ଡ କାର୍ଯ୍ୟାଳୟରେ ତାଙ୍କ ଆସିବା ବାଟକୁ ଏବେ ବି ଅପେକ୍ଷା କରି ବସିଥିବା ଦେଖାଯାଇଛି ।

-

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande