ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ
ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ)- ରାଜ୍ୟରେ ଘଟୁଥିବା ନାବାଳିକା ଗଣଦୁଷ୍କର୍ମ ପାଇଁ ବିସିଜେଡି ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରାଯାଇଛି। ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ଯୁବ ଛାତ୍ରମାନେ ଏକାଠି
ରପଗକତତ


ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ)- ରାଜ୍ୟରେ ଘଟୁଥିବା ନାବାଳିକା ଗଣଦୁଷ୍କର୍ମ ପାଇଁ ବିସିଜେଡି ପକ୍ଷରୁ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସ ଭବନ ଘେରାଉ କରାଯାଇଛି। ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାପତି ଇପ୍ସିତା ସାହୁଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ଯୁବ ଛାତ୍ରମାନେ ଏକାଠି ହୋଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାଡ଼ି ଆସିଥିଲେ। ରାଜଭବନ ଛକରେ ପୁଲିସ ବ୍ୟାରିକେଡ କରି ସେମାନଙ୍କୁ ଅଟକାଇଥିଲା। ବିଜେପି ସରକାରରେ ସବୁଠାରୁ ଅସୁରକ୍ଷିତ ନାବାଳିକା, ମହିଳା, ଝିଅ, ବୋହୂ। ଏ ସରକାର ଝିଅ ବୋହୂମାନଙ୍କୁ ସୁରକ୍ଷା ଦେବାରେ ସମ୍ପୁର୍ଣ୍ଣ ବିଫଳ। ଆଜି ଟ୍ରେଲର ଦେଖିଲେ। ଆଗକୁ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରାଯିବ। ତୁରନ୍ତ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଗୋଟେ ଛୋଟ ଝିଅ ଦୁଷ୍କର୍ମ ହେଉଛି। ଏ ସରକାର ତାକୁ ସୁରକ୍ଷା ଦେଇପାରୁ ନାହାନ୍ତି ବୋଲି ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande