
Bhubaneswar, 24 ଡିସେମ୍ବର (ହି.ସ.)
ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି ସହିତ ସହବନ୍ଧିତ ନିଖିଳ ଓଡ଼ିଶା ଲେଡି ମେଟ୍ରୋନ୍ ମହାସଂଘ ତରଫରୁ ମେଟ୍ରୋନ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ତା ୧୨.୧୨.୨୦୨୫ରିଖ ପରିଚାଳନା ପରିଷଦ ବୈଠକ ନିଷ୍ପି ଅନୁଯାୟୀ ଆଜି ରାଜ୍ୟ ସଚିବାଳୟ ସମ୍ମୁଖରେ ଏକ ବିକ୍ଷୋଭ, ଧାରଣା ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟରେ ଛାତ୍ରୀନିବାସରେ କାର୍ଯ୍ୟରତ ମହିଳା ମେଟ୍ରୋନ୍ମାନେ ୨୪ ଘିଆ କାର୍ଯ୍ୟ ନିର୍ଘକୁ ସମନ୍ୱୟ ସମିତିର ନେତୃତ୍ୱମାନେ ମାନବିକ ଅଧିକାର କମିଶନରଙ୍କ ନିଦେ୍ର୍ଦଶାବଳୀ ଉଲ୍ଲଙ୍ଘନ କରିବା ପ୍ରକାଶ କରିଥିଲେ । ଉକ୍ତ ପ୍ରତିବାଦ ସଭାରେ ସମନ୍ୱୟ ସମିତିର ପୂର୍ବତନ ସମ୍ପାଦକ କ୍ଷେତ୍ରମୋହନ ଦାସ ତଥା ମେଟ୍ରୋନ୍ ମହାସଂଘ ମାର୍ଗଦର୍ଶକ ସମସ୍ତ ମହିଳା ମେଟ୍ରୋନ୍ ମାନଙ୍କୁ ନିୟମିତ କରିବା ସହିତ ଚାକିରୀର ର୍ସାବଳୀ ନିର୍ଦ୍ଧାରଣ କରିବାକୁ ମତ ପ୍ରକାଶ କରିଥିଲେ । ପ୍ରତିବାଦ ସଭାରେ ମହିଳା ମେଟ୍ରୋନ୍ ମହାସଂଘର ସଭାପତି ଝରଣା ମହାନ୍ତ, ଗାୟତ୍ରୀ ସାହୁ, ଲଳିତା ବେହେରା, ଅପରଲୀଳା ବାଗ୍, ଗାୟତ୍ରୀ ପ୍ରଧାନ, ଦୀପାରାଣୀ ମହାନ୍ତ, ପୁଷ୍ପଲତା ମହାନ୍ତ, ପ୍ରମୋଦିନୀ ସିଂହ, ନାଗିଆ ଓରାମ୍, ଦଶମୀ ସାହୁ, ନିର୍ମଳା ସାହୁ, ନିବେଦିତା ପ୍ରଧାନ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିନିଧି ଓ କର୍ମର୍କା ଉଦ୍ବୋଧନ ଦେବାସଂଗେ ସଂଗେ ବିଭିନ୍ନ ଜିଲ୍ଲାରେ ହୋଇଥିବା ଅସୁବିଧାକୁ ପ୍ରକାଶ କରିଥିଲେ । ସଭାପତି ଝରଣା ମହାନ୍ତଙ୍କ ନେତୃତ୍ୱରେ ଏକ ୪ ଜଣିଆ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ତତ୍ ସହିତ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଅନୁସୂଚିତ ଜନଜାତି ଓ ଜାତି, ପଛୁଆବର୍ଗ କଲ୍ୟାଣ ବିଭାଗଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସର୍ବଶେଷରେ ପୁଷ୍ପଲତା ମହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ଧାରଣାକାର୍ଯ୍ୟ ସମାପ୍ତ ହୋଇଥିଲା
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା