ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା
ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା ନୂଆପଡ଼ା, ୨୪ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖରୀଆର ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ପର୍କୀୟ
Gosthi jangal


ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ବନ୍ଧୀୟ କର୍ମଶାଳା

ନୂଆପଡ଼ା, ୨୪ ଡ଼ିସେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ଠାରେ ୟାର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖରୀଆର ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ ଗୋଷ୍ଠୀ ଜଙ୍ଗଲ ପରିଚାଳନା ସମ୍ପର୍କୀୟ ଏକ ଦିବସୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଏଠାରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀ ସ୍ବାଗତ ସମ୍ଭାଷଣ ରଖିଥିବା ବେଳେ ୟାର ଅନୁଷ୍ଠାନର ସମ୍ପାଦକ ହରି ଦାସ ପଟେଲ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ । ଏଫ୍ ଇ ଏସ ଭୁବନେଶ୍ୱରରୁ ପ୍ରଦୀପ ମହାରଣା ତାଲିମ ଦାତା ରୂପେ ଯୋଗଦାନ କରିଥିଲେ । ନୂଆପଡ଼ା ଜିଲ୍ଲାରେ ସି ଏଫ୍ ଆର୍ ଆର୍ ଶିରୋନାମା ଦିଆଯାଇଥିବା ସମସ୍ତ ଗ୍ରାମକୁ ଗୋଷ୍ଠୀ ସମ୍ବଳ ଅଧିକାରର ସୁପରିଚାଳନା ନିମିତ୍ତ କମିଟି ଗଠନ ,କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ଅନୁମୋଦନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା l ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ୨୦୦୬ ଆକ୍ଟ ମାର୍ଗଦର୍ଶିକା ଉପସ୍ଥାପନ କରାଯାଇଥିଲା ।କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ,ବ୍ଲକ ମଙ୍ଗଳ ଅଧିକାରୀ,ଜଙ୍ଗଲ ବିଭାଗ ଏ ସି ଏଫ୍, ସେଲ ସଂଯୋଜକ, ଉପଖଣ୍ଡ ସ୍ତରୀୟ ସଦସ୍ୟ ସଦସ୍ୟା ତଥା ୟାର ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦାନ କରିଥିଲେ। ୟାର ଅନୁଷ୍ଠାନର ଅରୁଣ ବିଶ୍ଵାଳ କାର୍ଯ୍ୟକ୍ରମ ଆୟୋଜନରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ବେଳେ ପରିଶେଷରେ ୟାର ସଭାପତି ମହେନ୍ଦ୍ର କୁମାର ଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande