
କନ୍ଧମାଳ , ୨୪ ଡିସେମ୍ବର (ହି.ସ.) -କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ପାର୍ଟି ର ନୂତନ କର୍ମକର୍ତ୍ତା ତାଲିକା ପ୍ରକାଶ ପାଇଛି l ସଭାପତି ଭାବେ ପଣ୍ଡିତ ବିଶି ମାଝୀ, ଉପସଭାପତି ଭାବେ ୮ଜଣ ହେଲେ ପୁର୍ଣ୍ଣ ଚନ୍ଦ୍ର ପାଢି, ପରେଶ୍ ମହାପାତ୍ର, ଅଜିତ ସାହୂ ମୋନୋଜ ପଣ୍ଡା, କଳ୍ପନା କହଁର, ଅଜୟନ୍ତୀ ପ୍ରଧାନ, ଜୁଲିମା ଦଳ ବେହେରା, ଗୋଲକ କହଁର,ସାଧାରଣ ସମ୍ପାଦକ ଭାବେ ୩ଜଣ ହେଲେ ଦେବେନ୍ଦ୍ର କୁଦେଇ, ସଞ୍ଜିତ୍ ମଣ୍ଡଳ, ସୁକାନ୍ତ ସାହୁ ସମ୍ପାଦକ ଭାବେ ୮ଜଣ ହେଲେ ଆଦିକନ୍ଦ ପଟ୍ଟନାୟକ, ସନ୍ତୋଷ ସାହୂ, ପ୍ରଶାନ୍ତ କାମ୍ପ, ଦେବାଶିଷ ପ୍ରିୟଦର୍ଶିନୀ ସାହୂ, ରଞ୍ଚନl ନାୟକ, ପୁଷ୍ପାଞ୍ଜଳି ତ୍ରିପାଠୀ, ବିଶିକେଶନ ପ୍ରଧାନ, ମୁକ୍ତି କାନ୍ତ ମହାନ୍ତି, କୋଷାଧ୍ୟକ୍ଷ ହେଲେ ରାଇକିଆ ର କୈଳାଶ ଚନ୍ଦ୍ର ପଣ୍ଡିତ l
ମନୋନୀତ ସମସ୍ତ କର୍ମକର୍ତ୍ତା ଙ୍କୁ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ବିଜେପି ରାଜ୍ୟ ସମ୍ପାଦକ ବରିଷ୍ଠ ଆଇନଜୀବି ଭଗବାନ ମହାନ୍ତି, ବିଜେପି ନେତା ରମେଶ ମହାନ୍ତି, ରାମ ଵିଶି ଦିଗାଲ, ପ୍ରକାଶ ଭୋଇ, ମାନ ଗୋବିନ୍ଦ ପ୍ରଧାନ ପ୍ରମୁଖ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହ ଦଳ କୁ ତୃଣ ମୂଳ ସ୍ତରରେ ଅଧିକ ମଜଭୂତ କରିବା ଦିଗରେ ଆନ୍ତରିକ ତାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ