ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ଅନ୍ତର୍ଗତ ଚପଲ ଏବଂ ମୁଢି ଉତ୍ପାଦନ କେନ୍ଦ୍ର ର ଶୁଭଦ୍ଘାଟନ
କେନ୍ଦୁଝର, 24 ଡିସେମ୍ବର (ହି.ସ.) ଜିଲ୍ଲା ଖଣିଜ ଅନୁଷ୍ଠାନ (ଡିଏମଏଫ୍) ର ଅର୍ଥ ସହାୟତାରେ ଚାଲିଥିବା ଡିଏମଏଫ୍- ଉଦ୍ୟମୀ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ହରିଚନ୍ଦନପୁର ବ୍ଲକର ଜାଂଘିରା ଗ୍ରାମରେ ଲକ୍ଷ୍ମଣ କୁମାର ବେହେରା ଙ୍କ ଏକ ଚପଲ ଉତ୍ପାଦନ କେନ୍ଦ୍ର ଓ ଅନିତା ଦାସ ଙ୍କ ଏକ ମୁଡ଼ି ଉତ୍ପା
Mudhi utapadan kendra


କେନ୍ଦୁଝର, 24 ଡିସେମ୍ବର (ହି.ସ.) ଜିଲ୍ଲା ଖଣିଜ ଅନୁଷ୍ଠାନ (ଡିଏମଏଫ୍) ର ଅର୍ଥ ସହାୟତାରେ ଚାଲିଥିବା ଡିଏମଏଫ୍- ଉଦ୍ୟମୀ ପ୍ରକଳ୍ପ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ହରିଚନ୍ଦନପୁର ବ୍ଲକର ଜାଂଘିରା ଗ୍ରାମରେ ଲକ୍ଷ୍ମଣ କୁମାର ବେହେରା ଙ୍କ ଏକ ଚପଲ ଉତ୍ପାଦନ କେନ୍ଦ୍ର ଓ ଅନିତା ଦାସ ଙ୍କ ଏକ ମୁଡ଼ି ଉତ୍ପାଦନ କେନ୍ଦ୍ର ର ଶୁଭଦ୍ଘାଟନ ସଫଳତାର ସହ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଂସଦ ପ୍ରତିନିଧି ଶ୍ରୀ ଅଶୋକ କୁମାର ବେହେରା ରହି ଉଦ୍ୟମୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ସହକାରୀ ଉପ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁଧା ଓରାମ , ଡିଏମଏଫ୍ ର ସିନିୟର ପ୍ରୋଜେକ୍ଟ ଅଫିସର ଶ୍ରୀ ପ୍ରଦୀପ କୁମାର ପ୍ରଧାନ, ଜିଲ୍ଲା ମୁଖ୍ୟ ବ୍ୟାଙ୍କ ଅଧିକାରୀ ଶ୍ରୀ ହୀରାଲାଲ ମହାମଲିକ, ଜିଲ୍ଲା ଶିଳ୍ପ କେନ୍ଦ୍ର ର ଆଇ.ପି.ଓ ଶ୍ରୀ ସରୋଜ ସନ୍ଧି ବିଘ୍ରହ, ଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା ( ଇ.ଡି.ଆଇ.ଆଇ ) ପରାମର୍ଶଦାତା ଓ ପୂର୍ବାଞ୍ଚଳ ମୁଖ୍ୟ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ଏବଂ ସିନିୟର ପ୍ରୋଗ୍ରାମ ଅଧିକାରୀ ଶ୍ରୀ ସଚିକାନ୍ତ ମଲିକ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭଦ୍ଘାଟନ କରିଥିଲେ।

ଅତିଥିମାନେ ତାଙ୍କ ଭାଷଣରେ କହିଥିଲେ ଯେ ଡିଏମଏଫ୍ ଉଦ୍ୟମୀ ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ଯୁବକ-ଯୁବତୀଙ୍କୁ ସ୍ୱୟଂରୋଜଗାର ସୁଯୋଗ ମିଳୁଛି ଏବଂ ଗ୍ରାମୀଣ ଅର୍ଥନୀତି ସୁଦୃଢ଼ ହେଉଛି। ଏପରି ମାଇକ୍ରୋ ଉଦ୍ୟମଗୁଡ଼ିକ ଆଗାମୀ ଦିନରେ ରୋଜଗାର ସୃଷ୍ଟି ସହ ସ୍ଥାନୀୟ ଉତ୍ପାଦନକୁ ପ୍ରୋତ୍ସାହନ ହେବ ବୋଲି ମତ ପ୍ରକାଶ କରିଥିଲେ I

ଭାରତୀୟ ଉଦ୍ୟମତା ବିକାଶ ସଂସ୍ଥା ( ଇ.ଡି.ଆଇ.ଆଇ )ଦ୍ୱାରା ରୂପାୟଣ ହେଉଥିବା ଡିଏମଏଫ୍ ଉଦ୍ୟମୀ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ୫ ବର୍ଷ ମଧ୍ୟରେ ୩୫୦୦ ଟି ନୂତନ ବ୍ୟବସାୟ/ଉଦ୍ୟମ ସୃଷ୍ଟି କରିବାକୁ ଲକ୍ଷ୍ୟ ଧରାଯାଇଛି। ଏହି ଲକ୍ଷ୍ୟ ପାଇଁ ଇ.ଡି.ଆଇ.ଆଇ ଦ୍ୱାରା ସ୍ଥାନୀୟ ଯୁବକ-ଯୁବତୀ ଓ ମହିଳାମାନଙ୍କୁ ବ୍ୟବସାୟିକ ତାଲିମ, ବ୍ୟାଙ୍କ ସହ ଆର୍ଥିକ ସଂଯୋଗ , ନିଃଶୁଳ୍କ ଜିଲ୍ଲା ସ୍ତରୀୟ ଉଦ୍ୟାଗ ପ୍ରତିଷ୍ଠା କେନ୍ଦ୍ର ର ସହାୟତା, ମୂଲ୍ୟ ସଂଯୋଜନା, ବିକ୍ରି ବାଟା ସହାୟତା ଓ ଡିଜିଟାଲ ପ୍ରଚାର ପ୍ରସାର ସହାୟତା ଓ ବ୍ରାଣ୍ଡିଙ୍ଗ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଏହା ମାଧ୍ୟମରେ ଗ୍ରାମୀଣ ଓ ଖଣି ପ୍ରଭାବିତ ଅଞ୍ଚଳରେ ସ୍ୱୟଂରୋଜଗାର ସୁଯୋଗ ବଢ଼ିବା ସହ ସ୍ଥାନୀୟ ଅର୍ଥନୀତିକୁ ଦୃଢ଼ କରିବା ଉଦ୍ଦେଶ୍ୟ ରହିଛି।

କାର୍ଯ୍ୟକ୍ରମ ଶେଷରେ ଉଦ୍ୟମୀମାନଙ୍କ ସଫଳତା କାମନା କରାଯାଇ ସମସ୍ତଙ୍କ ସହଯୋଗରେ ଏପରି ଉଦ୍ୟମକୁ ଆଗକୁ ନେବା ପାଇଁ ଆହ୍ୱାନ ଜଣାଇଦିଆଗଲା।ଏହି କାର୍ଯ୍ୟକ୍ରମ କୁ ଇ.ଡି.ଆଇ.ଆଇ ର ଜିଲ୍ଲା କାର୍ଯ୍ୟକ୍ରମ ମ୍ୟାନେଜର ଶ୍ରୀ ସଞ୍ଜୟ କୁମାର ସାହୁ ପରିଚାଳନା କରିଥିଲା ବେଳେ ପ୍ରୋଗ୍ରାମ ଅଫିସର ଆଦିତ୍ୟ ମହାନ୍ତି ଏବଂ ଅରବିନ୍ଦ ବେହେରା ସହଯୋଗ କରିଥିଲେ.

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande