
ମାଲକାନଗିରି 24 ଡିସେମ୍ବର (ହି.ସ.)
ମାଲକାନଗିରି ଜିଲ୍ଲା ସଦରରେ ଏସ୍ଏଲ୍ଏନ୍ଡିଏସ୍ ସମ୍ମିଳନୀ କକ୍ଷରେ ରାଷ୍ଟ୍ରୀୟ କୃଷକ ଦିବସ ଗତକାଲି ପାଳିତ ହୋଇଯାଇଛି । ଏହି ଅବସରରେ କୃଷକ ସମ୍ବାଦର ସମ୍ପାଦକ ଭାସ୍କର ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମହେଶ ପାଢୀ, ମୁଖ୍ୟ ଅତିଥି ଭାବେ ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧୂକାରୀ ଗୁପ୍ତ ମାଢ଼ି, ସମ୍ମାନିତ ଅତିଥି ଭାବେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଅଶୋକ ମିଶ୍ର, ବରିଷ୍ଠ ସାମ୍ବାଦିକ ଗୋପିକୃଷ୍ଣ ପଟ୍ଟନାୟକ, ଦୃର୍ଯ୍ୟଧନ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନେକ ଚାଷୀ ମଧ୍ୟ ଯୋଗଦାନ କରିଥିଲେ। ଏହି ଅବସରରେ ଏହି ଦିବସର ମୂଳ ଉଦେଶ୍ୟ ଓ ଚାଷୀଙ୍କ ବିଭିନ୍ନ ବିଷୟରେ ଆଲୋଚନା କରା ଯାଇଥିଲା। ଏଥିରେ ଚାଷୀମାନେ କିପରି ସରକାରୀ ଯୋଜନା ଉପରେ ଉପକୃତ ହେବେ ସେ ନେଇ ଆଲୋଚନା ହୋଇଥିଲା। ତେବେ କେବଳ ଧାନ ନୁହ ବରଂ ସବୁ ସମୟରେ ବିଭିନ୍ନ ପ୍ରକାର ଲାଭକାରୀ ଫସଲ ଚାଷ କରିବା, ମାଟିର ଉର୍ବରତାକୁ ସୁରକ୍ଷିତ ରଖିବା, ଏହା ସହ ଅତ୍ୟାଧୁନିକ ପ୍ରଣାଳୀରେ କିପରି ବିଭିନ୍ନ ଚାଷ ହେଉଛି ସେନେଇ ଜିଲ୍ଲା କୃଷି ଅଧିକାରୀ ବିଭିନ୍ନ ଗୁରୁତ୍ଵପୂର୍ଣ ବିଷୟରେ ଆଲୋକପାତ କରିଥିଲେ। ଏହା ସହ ସରକାର ଚାଷୀଙ୍କ ବିକାଶ ପାଇଁ କେଉଁ ଚାଷ କଲେ କଣ ସବୁ ସହାୟତା ଯୋଗାଇ ଦିଆଯାଉଛି ସେନେଇ ମଧ୍ୟ ଅବଗତ କରାଇଥିଲେ। ଏହି ଅବସରରେ ଆସିଥିବା ଚାଷୀ ମାନେ ମଧ୍ୟ ନିଜ ନିଜର ଅଭିଜ୍ଞତା ଓ ଚାଷ କାର୍ଯ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ। ଶେଷରେ ଉପସ୍ଥିତ ଉତ୍ତମ ଚାଷୀଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇ କାର୍ଯ୍ୟକ୍ରମକୁ ସାଙ୍ଗ କରଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ