ଧନୁଯାତ୍ରାରେ ସାମିଲ ହୋଇ ଏହାକୁ ବିଶ୍ୱପ୍ରସାରୀ କରିବା - ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ)- ବରଗଡଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଧନୁଯାତ୍ରାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଏକ୍ସରେ ନବୀନ ଲେଖିଛ
ନବୀନ ପଟ୍ଟନାୟକ


ଭୁବନେଶ୍ୱର, ୨୪ ଡିସେମ୍ବର (ହି.ସ)- ବରଗଡଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ଧନୁଯାତ୍ରାରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି।

ଏକ୍ସରେ ନବୀନ ଲେଖିଛନ୍ତି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ ଅବସରରେ ସଭିଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପୃଥିବୀର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ଧନୁଯାତ୍ରା ଆମ ଗରିମାମୟ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ଅନନ୍ୟ ନିଦର୍ଶନ। ଆସନ୍ତୁ ଧନୁଯାତ୍ରାରେ ସାମିଲ ହୋଇ ଏହାକୁ ବିଶ୍ୱପ୍ରସାରୀ କରିବା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande