କାଲି ଲକ୍ଷ୍ନୌରେ ରାଷ୍ଟ୍ର ପ୍ରେରଣାସ୍ଥଳର ଉଦଘାଟନ କରିବେ ପିଏମ ମୋଦି
ନୂଆଦିଲ୍ଲୀ, 24 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (୨୫ ଡିସେମ୍ବର) ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ଣୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ‘ରାଷ୍ଟ୍ର ପ୍ରେରଣା ସ୍ଥଳ’ର ଉଦଘାଟନ କରିବେ
ପିଏମ ମୋଦି


ନୂଆଦିଲ୍ଲୀ, 24 ଡିସେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (୨୫

ଡିସେମ୍ବର) ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ଣୌରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ

ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ‘ରାଷ୍ଟ୍ର ପ୍ରେରଣା ସ୍ଥଳ’ର ଉଦଘାଟନ କରିବେ

ଏବଂ ଏକ ଜନସଭାକୁ ସମ୍ବୋଧନ କରିବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁସାରେ, ରାଷ୍ଟ୍ର ପ୍ରେରଣା

ସ୍ଥଳ ସ୍ୱାଧୀନ ଭାରତର ପ୍ରମୁଖ ରାଷ୍ଟ୍ରନାୟକମାନଙ୍କର ଐତିହ୍ୟକୁ ସମ୍ମାନ ଦେବା ପାଇଁ ବିକାଶ

କରାଯାଇଥିବା ଏକ ସ୍ଥାୟୀ ଜାତୀୟ ସ୍ମାରକ ପରିସର ଅଟେ। ଏହି ପରିସର ପ୍ରାୟ ୨୩୦ କୋଟି ଟଙ୍କା

ବ୍ୟୟରେ ନିର୍ମିତ ହୋଇଛି ଏବଂ ୬୫ ଏକର ଭୂମିରେ ବିସ୍ତାରିତ।

ଏହି ପରିସରରେ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀ, ପଣ୍ଡିତ ଦୀନଦୟାଳ

ଉପାଧ୍ୟାୟ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ୬୫ ଫୁଟ୍ ଉଚ୍ଚ କାଂସ୍ୟ ପ୍ରତିମା ସ୍ଥାପିତ

କରାଯାଇଛି। ଏଠାରେ ପଦ୍ମ ଆକୃତିରେ ନିର୍ମିତ ଏକ ଅତ୍ୟାଧୁନିକ ସଂଗ୍ରହାଳୟ ମଧ୍ୟ ରହିଛି, ଯାହା ପ୍ରାୟ ୯୮

ହଜାର ବର୍ଗ ଫୁଟ୍ ଅଞ୍ଚଳରେ ପ୍ରସାରିତ। ଏହି ସଂଗ୍ରହାଳୟରେ ଡିଜିଟାଲ ଓ ଅନୁଭୂତିମୂଳକ

ପ୍ରଯୁକ୍ତି ମାଧ୍ୟମରେ ଭାରତର ଜାତୀୟ ଯାତ୍ରା ଏବଂ ନେତୃତ୍ୱର ଐତିହ୍ୟକୁ ପ୍ରଦର୍ଶିତ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande