
ନୂଆଦିଲ୍ଲୀ, 25 ଡିସେମ୍ବର (ହି.ସ.) ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଭାରତରତ୍ନ ସମ୍ମାନିତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଅବସ୍ଥିତ ତାଙ୍କ ସମାଧିସ୍ଥଳ ସଦୈବ ଅଟଳରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଅଟଳ ବିହାରୀ ବାଜପେୟୀଙ୍କ ଦେଶସେବା, ଦୂରଦର୍ଶୀ ନେତୃତ୍ୱ ଓ ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ