
ନୂଆଦିଲ୍ଲୀ, 25 ଡିସେମ୍ବର (ହି.ସ.)- ଦେଶର ପୂର୍ବତନ
ପ୍ରଧାନମନ୍ତ୍ରୀ ଏବଂ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟାନ୍ୟ ନେତାମାନେ ଆଜି ସକାଳେ
ନୂଆଦିଲ୍ଲୀର ବିଜୟ ଘାଟରେ ଅବସ୍ଥିତ ‘ସଦୈବ ଅଟଳ’ ସ୍ମାରକରେ ପହଞ୍ଚି ପୁଷ୍ପାଞ୍ଜଳି ଅର୍ପଣ
କରିଥିଲେ। ସ୍ମୃତିଶେଷ ବିଜେପିର ଶୀର୍ଷ ନେତା ବାଜପେୟୀଙ୍କୁ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରୀୟ ମନ୍ତ୍ରୀ ଜେପି ନଡ୍ଡା, ବିଜେପିର ଜାତୀୟ କାର୍ଯ୍ୟକାରି ଅଧ୍ୟକ୍ଷ ନିତିନ ନବୀନ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଦି ମଧ୍ୟ ଶ୍ରଦ୍ଧାଞ୍ଜଳି
ଜଣାଇଥିଲେ।
ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ
‘ଏକ୍ସ’ରେ କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀ ଜଣେ ମହାନ ରାଜନେତା, କବି ଏବଂ ଏକତାର ପ୍ରତୀକ ଥିଲେ। ତାଙ୍କର ଶବ୍ଦ ଜାତିକୁ ପ୍ରେରଣା
ଦେଇଥିଲା ଏବଂ ତାଙ୍କର ଦୃଷ୍ଟି ଭବିଷ୍ୟତକୁ ଦିଗ୍ଦର୍ଶନ ଦେଇଥିଲା। ସେ କହିଛନ୍ତି ଯେ ସଂବାଦ, ଗରିମା ଏବଂ ସମର୍ପଣ ମାଧ୍ୟମରେ ସମାଜ ପରିବର୍ତ୍ତନର ଶିକ୍ଷା
ଅଟଳଜୀଙ୍କ ଅଲିଭା ଉତ୍ତରାଧିକାର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
‘ଏକ୍ସ’ରେ କହିଛନ୍ତି ଯେ ଅଟଳ ବିହାରୀ ବାଜପେୟୀ ନିଜ ଜୀବନକୁ ସୁଶାସନ ଏବଂ ରାଷ୍ଟ୍ର ଗଠନରେ
ସମର୍ପିତ କରିଥିଲେ। ଅଟଳ ଜୀ ଜଣେ ପ୍ରଖର ବକ୍ତା ଏବଂ ଓଜସ୍ୱୀ କବି ଥିଲେ। ତାଙ୍କର ବ୍ୟକ୍ତିତ୍ୱ
ଏବଂ ନେତୃତ୍ୱ ଦେଶର ସର୍ବାଙ୍ଗୀଣ ବିକାଶର ପଥପ୍ରଦର୍ଶକ।
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ
‘ଏକ୍ସ’ ପୋଷ୍ଟରେ କହିଛନ୍ତି ଯେ ଅଟଳ ଜୀ ବିଜେପିର ସ୍ଥାପନା କରି ଦେଶହିତ ଏବଂ ସାଂସ୍କୃତିକ
ରାଷ୍ଟ୍ରବାଦକୁ ସର୍ବୋପରି ରଖିଥିବା ଏକ ବିକଳ୍ପ ଦେଇଥିଲେ। ଅଟଳ ଜୀଙ୍କ ନେତୃତ୍ୱରେ ଏନଡିଏ ସରକାର
ଐତିହ୍ୟ ଏବଂ ବିଜ୍ଞାନକୁ ସହଯାତ୍ରାରେ ଆଗେଇ ନେବାର ଏକ ମଡେଲ ଦେଇଥିଲା ଏବଂ
ପରମାଣୁ-ଶକ୍ତିସମ୍ପନ୍ନ ଭାରତ ତାଙ୍କର ଦୃଢ଼ ନୀତିର ପରିଣାମ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା