
କଦାଲୁର, 25 ଡିସେମ୍ବର (ହି.ସ.)- ତମିଲନାଡୁର
ତିରୁଚିରାପଲ୍ଲୀ–ଚେନ୍ନାଇ ଜାତୀୟ ରାଜପଥରେ ରାତିରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ସାତଜଣଙ୍କର
ମୃତ୍ୟୁ ହୋଇଛି। ଟାୟର ଫାଟିଯିବାରୁ ନିୟନ୍ତ୍ରଣ ହରାଇଥିବା ତମିଲନାଡୁ ରାଜ୍ୟ ଏକ୍ସପ୍ରେସ୍
ଟ୍ରାନ୍ସପୋର୍ଟ କର୍ପୋରେସନର ଏକ ବସ୍ ଦୁଇଟି କାର ସହିତ ଧକ୍କା ଖାଇବା ଫଳରେ ଏହି ଦୁର୍ଘଟଣା
ଘଟିଥିଲା। ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆହତମାନଙ୍କ ମଧ୍ୟରୁ ଆଉ ଦୁଇଜଣଙ୍କ ମୃତ୍ୟୁ
ହେବାରୁ ମୃତଙ୍କ ସଂଖ୍ୟା ବୃଦ୍ଧି ପାଇ ନଅଜଣରେ ପହଞ୍ଚିଛି।
ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ
ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ଓ ସମ୍ପର୍କୀୟମାନଙ୍କ ପ୍ରତି ଗଭୀର
ସମବେଦନା ପ୍ରକାଶ କରିଛନ୍ତି। ସେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ତିନି ଲକ୍ଷ ଟଙ୍କା ଏବଂ
ଗୁରୁତର ଆହତମାନଙ୍କୁ ଏକ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ସାର୍ବଜନିକ ରିଲିଫ ଫଣ୍ଡରୁ ପ୍ରଦାନ
କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା