ପର୍ଯ୍ୟଟନ ସ୍ଥଳୀରେ ଭିଡ
ନୂଆପଡା,୨୪ ଡ଼ିସେମ୍ବର (ହି.ସ.) - ଆଉ କିଛି ଦିନ ପରେ ବିଦାୟ ନେବ ୨୦୨୫ ମସିହା, ପୃଥିବୀରେ ପାଦ ଥାବିବ ନବବର୍ଷ ୨୦୨୬। ଏନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବାର ଖୁସି। ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଲୋକଙ୍କ ପ୍ରବଳ ଭିଡ।ବୁଲାବୁଲି ସହ ବଣଭୋଜିର ମଜା ନେଉଛନ୍ତି ସମସ୍ତେ।ନୂଆପଡା ଜିଲ୍ଲାର ପ୍ରମୂଖ ପର୍
Picnic spot


ନୂଆପଡା,୨୪ ଡ଼ିସେମ୍ବର (ହି.ସ.) - ଆଉ କିଛି ଦିନ ପରେ ବିଦାୟ ନେବ ୨୦୨୫ ମସିହା, ପୃଥିବୀରେ ପାଦ ଥାବିବ ନବବର୍ଷ ୨୦୨୬। ଏନେଇ ଲୋକଙ୍କ ମଧ୍ୟରେ ନାହିଁ ନଥିବାର ଖୁସି। ଏବେ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଲୋକଙ୍କ ପ୍ରବଳ ଭିଡ।ବୁଲାବୁଲି ସହ ବଣଭୋଜିର ମଜା ନେଉଛନ୍ତି ସମସ୍ତେ।ନୂଆପଡା ଜିଲ୍ଲାର ପ୍ରମୂଖ ପର୍ଯ୍ୟଟନ ସ୍ଥଳୀ ତିଖାଲିରେ ଏବେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି। ପ୍ରତିଦିନ ହଜାର ହଜାର ଲୋକ ବୁଲାବୁଲି ସହିତ ବଣଭୋଜିର ମଜା ନେଉଛନ୍ତି। ତିଖାଲି ଡ୍ୟାମ, ପାର୍କ, ମନ୍ଦିର ଓ ସୁନ୍ଦର ସୁନ୍ଦର ବୃକ୍ଷ ଲତା ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକ ଆସୁଛନ୍ତି। କେଉଁଠି ବନ୍ଧୁ ମିଳନ, ଜନ୍ମ ଦିବସ ପାଳନ ଚାଲିଛି ତ କେଉଁଠି ବିଭିନ୍ନ ସଂଗଠନରପି ବାର୍ଷିକ ବୈଠକ ଚାଲିଛି। ବିଭିନ୍ନ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀ ମାନେ ପିକନିକର ମଜା ନେଉଛନ୍ତି।ମିଳିମିଶି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଖାଇବା ସହ ନାଚଗୀତର ଆସର ଜମିଛି। ଗତ ବର୍ଷ ଠାରୁ ବୋଟିଙ୍ଗ ବ୍ୟବସ୍ଥା ହୋଇଥିବାରୁ ପର୍ଯ୍ୟଟକ ଭରପୁର ମଜା ନେଉଛନ୍ତି। ତିଖାଲି ଏକ ପ୍ରମୂଖ ପର୍ଯ୍ୟଟନ ସ୍ଥଳୀ। ବର୍ଷ ତମାମ ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳେ।ବିଭିନ୍ନ ରାଜନୈତିକ ଦଳ, ସରକାରୀ ବେସରକାରୀ ସଂଗଠନ, କଲେଜ, ସ୍କୁଲ ଆଦି ଏଠାରେ ଅନେକ ପ୍ରକାର ବୈଠକ ଓ ଭୋଜିଭାତ କରିଥାନ୍ତି। କେବଳ ଆମ ରାଜ୍ୟର ପର୍ଯ୍ୟଟକ ନୁହନ୍ତି ପଡୋଶୀ ଛତିଶଗଡ, ମଧ୍ୟ ପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ଲୋକେ ମଧ୍ୟ ଏଠାକୁ ବୁଲିବାକୁ ଆସୁଛନ୍ତି। ଏଠାରେ କିନ୍ତୁ ପାନୀୟ ଜଳର ସୁବିଧା ନଥିବା ବେଳେ ଶୌଚାଳୟର ବ୍ୟବସ୍ଥା ନାହିଁ। ଏପରିକି ରହିବା ପାଇଁ ପାନ୍ଥଶାଳାର ମଧ୍ୟ୍ୟ ସୁବିଧା ନାହିଁ। ଏସବୁ ସୁବିଧା କଲେ ଲୋକଙ୍କ ଭିଡ଼ ଆହୁରି ବୃଦ୍ଧି ପାଅନ୍ତା ବୋଲି ପର୍ଯ୍ୟଟକ ମାନେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande