ଚତୁର୍ଥ ଓଡ଼ିଶା ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତୀୟ ଏକ୍ସପୋ ୨୦୨୬ ପାଇଁ ପୂର୍ତ ଓ ଆଇନ ମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.) ଚତୁର୍ଥ ଓଡ଼ିଶା ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତୀୟ ଏକ୍ସପୋ–୨୦୨୬ର ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବା ପାଇଁ ଆୟୋଜକ ମାନେ ଆଜି ପୂର୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ପହଂଚି ତାଙ୍କୁ ନିମନ୍ତ୍ରଣ ଦେଇଛନ
ଚତୁର୍ଥ ଓଡ଼ିଶା ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତୀୟ ଏକ୍ସପୋ ୨୦୨୬ ପାଇଁ ପୂର୍ତ ଓ ଆଇନ ମନ୍ତ୍ରୀଙ୍କୁ  ନିମନ୍ତ୍ରଣ


ଭୁବନେଶ୍ୱର, 24 ଡିସେମ୍ବର (ହି.ସ.) ଚତୁର୍ଥ ଓଡ଼ିଶା ଖଣି ଓ ଭିତ୍ତିଭୂମି ଆନ୍ତର୍ଜାତୀୟ ଏକ୍ସପୋ–୨୦୨୬ର ଉଦ୍ଘାଟନୀ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେବା ପାଇଁ ଆୟୋଜକ ମାନେ ଆଜି ପୂର୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସରକାରୀ ବାସଭବନରେ ପହଂଚି ତାଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।

ଏହି ଏକ୍ସପୋ ୮ ଜାନୁଆରୀରୁ ୧୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆଠାରେ ଆୟୋଜିତ ହେବ। ଆୟୋଜକ ଲଘୁ ଉଦ୍ୟୋଗ ଭାରତୀ, ଓଡ଼ିଶା ଚାମ୍ବର ଅଫ୍ କମର୍ସ, ଇପିକଲ ଏବଂ ଫ୍ୟୁଚରେକ୍ସ ଗ୍ରୁପ୍‌ର ପକ୍ଷରୁ ସ୍ୱାମୀ ପ୍ରେମ ଅନ୍ୱେଷୀ ସହ ଅନ୍ୟ ସଦସ୍ୟମାନେ ମନ୍ତ୍ରୀଙ୍କୁ ଭେଟି ଉଦ୍ଘାଟନୀ ସମାରୋହରେ ଯୋଗଦେବାକୁ ଔପଚାରିକ ନିମନ୍ତ୍ରଣ ପ୍ରଦାନ କରିଥିଲେ। ନିମନ୍ତ୍ରଣ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସେମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande