ଶରଧାପୁର କପ୍ ଫୁଟବଲ, ସେମିରେ ବାଇଗୁଣିଆ କ୍ଲବ
ଖୋର୍ଦ୍ଧା, 24 ଡିସେମ୍ବର (ହି.ସ.)ଶରଧାପୁର ସ୍ପୋର୍ଟସ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଶରଧାପୁର ଫୁଟବଲ ପଡ଼ିଆ ଠାରେ ୧୬ତମ ଶରଧାପୁର କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଶିବଶକ୍ତି ଭୁବନେଶ୍ୱର ଓ ବାଇଗୁଣିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧ
Football


ଖୋର୍ଦ୍ଧା, 24 ଡିସେମ୍ବର (ହି.ସ.)ଶରଧାପୁର ସ୍ପୋର୍ଟସ ଆସୋସିଏସନ ଆନୁକୁଲ୍ୟରେ ସ୍ଥାନୀୟ ଶରଧାପୁର ଫୁଟବଲ ପଡ଼ିଆ ଠାରେ ୧୬ତମ ଶରଧାପୁର କପ୍ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନରେ ଶିବଶକ୍ତି ଭୁବନେଶ୍ୱର ଓ ବାଇଗୁଣିଆ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମାର୍ଦ୍ଧର ଖେଳ ସଙ୍ଘର୍ଷସ୍ପୂର୍ଣ ହୋଇଥିଲେ ମଧ୍ୟ କେହି କାହାରିକୁ ଗୋଲ ଦେଇପାରିନଥିଲେ।ତେବେ ଦିତିୟାର୍ଦ୍ଧରେ ମଧ୍ୟ କେହି କାହାରିକୁ ଗୋଲ ଦେଇନପାରିବାରୁ ମ୍ୟାଚ ରେଫରି ଟ୍ରାଇବେକରର ସହାୟତା ନେଇଥିଲେ ।ଟ୍ରାଇବେକରରେ ବାଇଗୁଣିଆ ୪-୨ ରେ ଶିବଶକ୍ତି କ୍ଲବ ଭୁବନେଶ୍ୱରକୁ ହରାଇ ଚତୁର୍ଥ ଦଳ ଭାବେ ସେମିରେ ପ୍ରଵେଶ କରିଛି।

ଆଜିର ଏହି ମ୍ୟାଚକୁ ଗିରିଶ ଜାନି ପରିଚାଳନା କରିଥିବା ବେଳେ ସାଗିର ଅହେମ୍ମଦ ଓ ସୌକତ ରହେମାନ ତାଙ୍କୁ ଲାଇନରେ ସହାୟତା କରିଥିଲେ । ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ ମୋମତାଜ ଖାଁ,ଲକ୍ଷ୍ମୀଧର ବଡ଼ଜେନା, ମହମ୍ମଦ ଜମିରୁଲ ରହେମନ, ମୀନକେତନ ବଡ଼ଜେନା, ବନମାଳୀ ବେହେରା,ଜାପାନୀ ନାୟକ, ହାଜି ନସିମୁଦ୍ଦିନ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତାକାଲି ବଜରଙ୍ଗବାଲି କ୍ଲବ ଘଟିକିଆ ଓ କେରଙ୍ଗ ଏକାଦଶ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସମ୍ପାଦକ ଏସ କେ ହୁଦା ସୁଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande