ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ
କେନ୍ଦୁଝର, 24 ଡିସେମ୍ବର (ହି.ସ.)ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ଗତକାଲି ଅଣତିରିଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ପ୍ରାନ୍ତ ଘୋଷ ସଂଯୋଜକ ଜିତୁରାମ ମହାନ୍ତ ଯୋଗଦେଇ ମାଆ ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍
Ssm gadgadi annul day


କେନ୍ଦୁଝର, 24 ଡିସେମ୍ବର (ହି.ସ.)ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱର୍ଣ୍ଣକ୍ଷେତ୍ର ଗଦଗଦିରେ ଗତକାଲି ଅଣତିରିଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶାଙ୍କ ପ୍ରାନ୍ତ ଘୋଷ ସଂଯୋଜକ ଜିତୁରାମ ମହାନ୍ତ ଯୋଗଦେଇ ମାଆ ସରସ୍ଵତୀଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ସମସ୍ତଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦୁଝର ଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦର ମଠ ମନ୍ଦିର ପ୍ରମୁଖ ଭରତ ଚନ୍ଦ୍ର ମହାନ୍ତ। ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମୟୂରଭଞ୍ଜ ବିଭାଗ ସେବା ପ୍ରମୁଖ ଖଗେଶ୍ବର ମହାନ୍ତ। ମୁଖ୍ୟ ବକ୍ତା ଶ୍ରୀ ମହାନ୍ତ ପ୍ରତ୍ୟେକ ବ୍ୟକ୍ତି ଚାହିଁଲେ ଅନ୍ତର୍ନିହିତ ଗୁଣର ବିକାଶ କରି ଜଣେ ଉତ୍ତମ ବ୍ୟକ୍ତିରେ ପରିଣତ ହୋଇ ପାରିବ ବୋଲି ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇ ସମସ୍ତଙ୍କୁ ଜୀବନରେ ସେବା କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟର ସଭାପତି ଡମ୍ବରୁଧର ମହାନ୍ତ ସଭା ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସମ୍ପାଦକ ମନବୋଧ ମହାନ୍ତ।ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରି ବାର୍ଷିକ ବିବରଣୀ ପାଠ କରିଥିଲେ ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି।ଉତ୍ସବ ଆରମ୍ଭରେ ୧୯୯୭ ମସିହାରୁ ଏ ଯାବତ୍ ବିଦ୍ୟାଳୟର ଉନ୍ନତି ପାଇଁ ତନ ମନ ଧନ ଅର୍ପଣ କରିଥିବା ପୂର୍ବ ପରିଚାଳନା ସମିତିର ସଦସ୍ୟ ଓ ବର୍ତ୍ତମାନ ପରିଚାଳନା ସମିତିର ସଦସ୍ୟ ମାନଙ୍କୁ‌ ସମ୍ବର୍ଦ୍ଧିତ କରାଯାଇଥିଲା।ସଭା ଶେଷରେ ସରକାରୀ ବୃତ୍ତି ପ୍ରାପ୍ତ ଛାତ୍ର ଛାତ୍ରଛାତ୍ରୀ, ତଥା କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରଛାତ୍ରୀ ଏବଂ ବାର୍ଷିକ ପରୀକ୍ଷାରେ ପ୍ରତି ଶ୍ରେଣୀର ସର୍ବୋଚ୍ଚ ଅଙ୍କ ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଅରୁଣ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ଯାଏ ୬୨୫ ଜଣ ଶିଶୁ ନୃତ୍ୟ, ଗୀତ, ଅଭିନୟ, ଶାରୀରିକ, ଯୋଗାସନ ଆଦିରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆସି ଛାତ୍ରାବାସରେ ରହି ଶିକ୍ଷା ଗ୍ରହଣ କରୁଥିବା ଅଭିଭାବକ ତଥା ସ୍ଥାନୀୟ ଅଭିଭାବକ ଏବଂ ବିଦ୍ୟାଳୟର ଶୁଭେଚ୍ଛୁ ମାନଙ୍କ ଉପସ୍ଥିତି ବାର୍ଷିକ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା। ସମସ୍ତ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟା ସେବକ ସେବିକା, ମାତୃ ଭାରତୀ ସଦସ୍ୟା,ବିଦ୍ୱତ ପରିଷଦ ସଦସ୍ୟ ମାନଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ କାର୍ଯ୍ୟକ୍ରମ ସଫଳ ହୋଇଥିଲ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande