ଚଳିତ ବର୍ଷ ବର୍ତମାନ ସୁଦ୍ଧା 1 ଲକ୍ଷ ଚାଷୀ ଧାନ ବିକି ସାରିଲାଣି- ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ଗତ ବର୍ଷ ଅପେକ୍ଷା ଦ୍ବିଗୁଣା ସ୍ପିଡ଼ରେ ଧାନ କିଣା ଚାଲିଛି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ବର୍ତମାନ ସୁଦ୍ଧା 1 ଲକ୍ଷ ଚାଷୀ ଧାନ ବିକି ସାରିଲାଣି । ଗତ ବର୍ଷ 60 ହଜାର ଚାଷୀ ଧାନ
କୃଷ୍ଣ ପାତ୍ର


ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ଗତ ବର୍ଷ ଅପେକ୍ଷା ଦ୍ବିଗୁଣା ସ୍ପିଡ଼ରେ ଧାନ କିଣା ଚାଲିଛି

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ

ବର୍ତମାନ ସୁଦ୍ଧା 1 ଲକ୍ଷ ଚାଷୀ ଧାନ ବିକି ସାରିଲାଣି । ଗତ ବର୍ଷ 60 ହଜାର ଚାଷୀ ଧାନ

ବିକିଥିଲେ । ଗତ ବର୍ଷ ଏଇ ସମୟ ସୁଦ୍ଧା 3 ଲକ୍ଷ ମେଟ୍ରିକ ଟନ ଚଳିତ ବର୍ଷ 5 ଲକ୍ଷ ମେଟ୍ରିକ ଟନ

ଧାନ ସଂଗ୍ରହ କରିଛନ୍ତି ସରକାର । ଗତ ବର୍ଷ 17 ଲକ୍ଷ 50 ହଜାର କୃଷକ ପଞ୍ଜିକରଣ କରିଥିଲେ | ଏ ବର୍ଷ 19 ଲକ୍ଷ

68 ହଜାର କୃଷକ ପଞ୍ଜିକରଣ କରିଛନ୍ତି | ସେହିପରି ଗତ ବର୍ଷ ଟୋକନ ଇସ୍ୟୁ ହୋଇଥିଲା 4 ଲକ୍ଷ 7

ହଜାର ବର୍ତମାନ ସୁଦ୍ଧା 9 ଲକ୍ଷ 41 ହଜାର ଟୋକନ ଇସ୍ୟୁ ହୋଇସାରିଲାଣି । କିଛି ଲୋକଙ୍କୁ

ଆନ୍ଦୋଳନ କରିବାକୁ ଭଲ ଲାଗୁଛି | ମୁଁ ସେମାନଙ୍କୁ ଆନ୍ଦୋଳନ ଯିବି କହିବି | ଚାଷୀ ଆମ ସହିତ

ଅଛନ୍ତି ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ବରଗଡ଼ରେ 1 ଲକ୍ଷ 80 ହଜାର 785 ମେଟ୍ରିକ ଟନ ଧାନ ସଂଗ୍ରହ ସାରିଲାଣି

| ସମ୍ବଲପୁରରେ 1

ଲକ୍ଷ 34 ହଜାର 718 ମେଟ୍ରିକ ଟନ ଧାନ ଉଠି ସାରିଲାଣି | କଳାହାଣ୍ଡି 90 ହଜାର, ନୂଆପଡା 57 ହଜାର

ମେଟ୍ରିକ ଟନ ଧାନ ଉଠିଲାଣି | ସବୁ ଜିଲ୍ଲା ରେ ସୁରୁଖୁରୁରେ ଧାନ ସଂଗ୍ରହ ଚାଲିଛି | କୌଣସି ବିଭ୍ରାନ୍ତି

କର ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି

ଯୋଗାଣ ମନ୍ତ୍ରୀ ଅପିଲ କରିଛନ୍ତି ।

ତେବେ ଗତକାଲି ଧାନ ସଂଗ୍ରହ ସ୍ଥିତି କଣ ରହିଛି ସେ ନେଇ ସମୀକ୍ଷା

କରାଯାଇଥିଲା ଯେଉଁଥିରେ ଅଧିକାରୀ ମାନେ ସମସ୍ତ ତଥ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande