
ଭୁବନେଶ୍ୱର, 24 ଡିସେମ୍ବର (ହି.ସ.)- ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
ମଙ୍ଗଳବାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ବ୍ଲୁବର୍ଡ ବ୍ଲକ୍–୨ ମହାକାଶ ଯାନର ସଫଳ ପ୍ରକ୍ଷେପଣ
ପାଇଁ ଭାରତୀୟ ଅନ୍ତରିକ୍ଷ ଗବେଷଣା ସଂଗଠନ (ଇସ୍ରୋ)କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଏହାକୁ ଭାରତର
ମହାକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି କହିଛନ୍ତି।
ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପଟ୍ଟନାୟକ କହିଛନ୍ତି ଯେ ବ୍ଲୁବର୍ଡ
ବ୍ଲକ୍–୨ ଏପର୍ଯ୍ୟନ୍ତ ପ୍ରକ୍ଷେପିତ ହୋଇଥିବା ସବୁଠାରୁ ଭାରୀ ପେଲୋଡ୍, ଯାହା ଇସ୍ରୋର
ବୃଦ୍ଧିଶୀଳ ପ୍ରଯୁକ୍ତିକ କ୍ଷମତା ଓ ଦେଶର ମହାକାଶ ଶକ୍ତିକୁ ପ୍ରଦର୍ଶିତ କରୁଛି। ସେ କହିଛନ୍ତି
ଯେ ଏହି ମିଶନ୍ ବିଶ୍ୱସ୍ତରରେ ଭାରତର ଶକ୍ତିଶାଳୀ ଉପସ୍ଥିତିକୁ ଆହୁରି ସୁଦୃଢ଼ କରିବ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏହା ଏକ
ପରବର୍ତ୍ତୀ ପିଢ଼ିର ସଂଚାର ଉପଗ୍ରହ, ଯାହା ସାରା ପୃଥିବୀରେ ସେଲ୍ୟୁଲାର ବ୍ରଡବ୍ୟାଣ୍ଡ
ସଂଯୋଗକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ, ଫଳସ୍ୱରୂପ ବିଶ୍ୱ
ଯୋଗାଯୋଗ ଢାଞ୍ଚାରେ ଭାରତର ଅବଦାନ ଆହୁରି ମଜବୁତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା