
କେନ୍ଦ୍ରାପଡା24 ଡିସେମ୍ବର (ହି.ସ.) ଭାରତର ପଡୋଶି ରାଷ୍ଟ୍ର ବଙ୍ଗଳାଦେଶ ରେ ବସବାସ କରୁଥିବା ସଂଖ୍ୟାଲଘୁ ହିନ୍ଦୁ ଙ୍କ ଉପରେ କ୍ରମାଗତ ଭାବେ ହେଉଥିବା ଅତ୍ୟାଚାର ର ପ୍ରତିବାଦ ରେ କେନ୍ଦ୍ରାପଡା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ତୀବ୍ର ବିରୋଧ କରାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନୂଆ ବସଷ୍ଟାଣ୍ଡ ରେ ତୀବ୍ର ବିରୋଧ କରାଯାଇ ବଙ୍ଗଳାଦେଶ ର ରାଷ୍ଟ୍ରପତି ଓ ପାକିସ୍ଥାନ ରାଷ୍ଟ୍ରପତିଙ୍କ କୁଶ ପୁତଳିକା ଦାହ କରିବା ସହିତ ବଙ୍ଗଳା ଦେଶରେ ବସବାସ କରୁଥିବା ହିନ୍ଦୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ୩ଦଫା ଦାବିପତ୍ର ସରାକରଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଏହି ଦାବିପତ୍ର ରେ ବାଂଲା ଦେଶୀ ହିନ୍ଦୁ ମାନଙ୍କ ସୁରକ୍ଷା ନିମନ୍ତେ ଉକ୍ତ ଘଟଣା କ୍ରମ ଉପରେ ଭାରତ ସରକାର ସିଧା ସଳଖ ହସ୍ତ କ୍ଷେପ କରନ୍ତୁ ଏବଂ ଉକ୍ତ ଘଟଣା ରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇ ବିଶ୍ୱ ସମୁଦାୟ ସାମ୍ନା ରେ ଫାଶୀ ଖୁଣ୍ଟ ରେ ଚଢ଼ାଯାଉ। ଆମ ଦେଶ ଓ ରାଜ୍ୟ ରେ ରହୁଥିବା ରୋହିଙ୍ଗିଆ ବାଂଲା ଦେଶୀ ମାନଙ୍କୁ ଗଳା ଧକ୍କା ଦେଇ ବିଦା କରାଯାଉ । ଭାରତ ସରକାର ବାଂଲା ଦେଶୀ ଅତ୍ୟାଚାରୀତ ହିନ୍ଦୁ ମାନଙ୍କୁ ସସମ୍ମାନେ ଭାରତ କୁ ଆଣି ସ୍ଥାୟୀ ବାସିନ୍ଦା ର ସିକୃତି ଦିଅନ୍ତୁ। ଆଜିର ବିକ୍ଷୋଭ ପ୍ରଦର୍ଶନ ରେ ମାନନୀୟ ବିଶ୍ବହିନ୍ଦୁ ପରିଷଦ ପୂର୍ବ ପ୍ରାନ୍ତ ସଂଘଠନ ମନ୍ତ୍ରୀ ସରତ କୁମାର ପ୍ରଧାନ ଯୋଗ ଦେଇ ବିକ୍ଷୋଭ ବିଷୟରେ ସମ୍ପୂର୍ଣ ତଥ୍ୟ ରଖିବା ସହ ଘଟଣା କୁ ତୀବ୍ର ନିନ୍ଦା କରିଅବା ସହ ହିନ୍ଦୁ ମାନଙ୍କୁ ଏକତା ହୋଇ ରହିବା ପାଇଁ କହିଥିଲେ। ଏବଂ ବିଭାଗ ସମ୍ପାଦକ ବିରେନ୍ଦ୍ର ସାମଲ, ଜିଲ୍ଲା ସଭାପତି ଅଦୈତ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଚିତ୍ତ ରଂଜନ ଖୁଣ୍ଟିଆ, ସହ ସମ୍ପାଦକ ସନ୍ତୋଷ ସାହୁ, ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସଂଯୋଜକ ଶୁଭ୍ରାଂଶୁ ଶେଖର ରାଉତ, ଦୂର୍ଗା ବାହିନୀ ସଂଯୋଜିକକ୍ଷ ଆଶାଲତା ମଲ୍ଲିକ ,ବଜରଙ୍ଗ ଦଳ କେନ୍ଦ୍ରାପଡ଼ା ଜିଲ୍ଲା ସହ ସଂଯୋଜକ ୟସପାଲ୍ ସୁତାର, ନୀଳକଣ୍ଠ ସ୍ୱାଇଁ, ଉପ ସଭାପତି ପ୍ରଦୀପ କିଶୋର ନାୟକ ଙ୍କ ସମେତ ବହୁ ସଂଖ୍ୟକ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି