
ଚିତ୍ରଦୁର୍ଗ (କର୍ଣ୍ଣାଟକ), ୨୫ ଡିସେମ୍ବର (ହି.ସ.)- ଆଜି ପ୍ରତ୍ୟୁଷରେ କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ହିରିୟୁର ତାଲୁକର ଗୋର୍ଲାହଟ୍ଟୁ ଗ୍ରାମ ନିକଟରେ ଏକ ଟ୍ରକ୍ ସହିତ ଧକ୍କା ହେବା ପରେ ଏକ ବସ୍ ରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ନଅ ଜଣରୁ ଅଧିକ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଅଗ୍ନିକାଣ୍ଡରେ ଘରୋଇ ସ୍ଲିପର କୋଚ୍ ବସ୍ ଟି ନଷ୍ଟ ହୋଇଯାଇଛି ।
ପୋଲିସ ଅନୁଯାୟୀ, ବେଙ୍ଗାଲୁରୁରୁ ଗୋକର୍ଣ୍ଣ ଯାଉଥିବା ବସ୍ ଟି ଏକ ଲରି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ସଙ୍ଗେ ସଙ୍ଗେ ଏଥିରେ ନିଆଁ ଲାଗିଯାଇଥିଲା । ଗୋର୍ଲାହଟ୍ଟୁ ଗ୍ରାମ ନିକଟରେ ଜାତୀୟ ରାଜପଥ ନମ୍ବର ୪୮ରେ ଏହି ଦୁର୍ଘଟଣା ଘଟିଛି । ପୋଲିସ କହିଛି ଯେ ମୃତ୍ୟୁ ସଂଖ୍ୟା ବଢ଼ିପାରେ । ଦୁର୍ଘଟଣାରେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି ଏବଂ ନିକଟବର୍ତୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ପ୍ରାଥମିକ ପୋଲିସ ତଦନ୍ତରୁ ଟ୍ରକ୍ ଡ୍ରାଇଭରଙ୍କ ଅବହେଳା ପ୍ରକାଶ ପାଇଛି । ଚିତ୍ରଦୁର୍ଗ ପୋଲିସ ଅଧୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସେ କହିଛନ୍ତି ଯେ, ହିରିୟୁର ଗ୍ରାମୀଣ ପୋଲିସ ଷ୍ଟେସନ୍ ରେ ଏନେଇ ଏକ ମାମଲା ରୁଜୁ କରାଯାଇଛି ଏବଂ ଦୁର୍ଘଟଣାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ