ଉନ୍ନାଓ ବଳାତ୍କାର ମାମଲାରେ ହାଇକୋର୍ଟର ନିଷ୍ପତି ବିରୋଧରେ ସିବିଆଇ ଯିବ ସୁପ୍ରିମକୋର୍ଟକୁ
ନୂଆଦିଲ୍ଲୀ, ୨୫ ଡିସେମ୍ବର (ହିସ)- ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କୁ ଦିଆଯାଇଥିବା ଟ୍ରାଏଲ୍ କୋର୍ଟର ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟର ନିଷ୍ପତି ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୁପ୍ରିମକୋର୍ଟକୁ ଯିବ। ଜଣେ ସିଭିଆଇ ମୁ
ଉନ୍ନାଓ ବଳାତ୍କାର ମାମଲାରେ ହାଇକୋର୍ଟର ନିଷ୍ପତି ବିରୋଧରେ ସିବିଆଇ ଯିବ ସୁପ୍ରିମକୋର୍ଟକୁ


ନୂଆଦିଲ୍ଲୀ, ୨୫ ଡିସେମ୍ବର (ହିସ)- ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେଙ୍ଗାରଙ୍କୁ ଦିଆଯାଇଥିବା ଟ୍ରାଏଲ୍ କୋର୍ଟର ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ ଦିଲ୍ଲୀ ହାଇକୋର୍ଟର ନିଷ୍ପତି ବିରୁଦ୍ଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୁପ୍ରିମକୋର୍ଟକୁ ଯିବ। ଜଣେ ସିଭିଆଇ ମୁଖପାତ୍ରଙ୍କ ଅନୁଯାୟୀ, ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ହାଇକୋର୍ଟର ନିର୍ଦ୍ଦେଶଗୁଡ଼ିକୁ ଅଧ୍ୟୟନ କରିଛି। ମାମଲାର ଟ୍ରାଏଲ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ସେଙ୍ଗାରଙ୍କ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଏବଂ ତାଙ୍କୁ ଜାମିନ ପ୍ରଦାନ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଖୁବ୍ ଶୀଘ୍ର ସୁପ୍ରିମକୋର୍ଟରେ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିବାକୁ ନିଷ୍ପତି ନେଇଛି।

ସିବିଆଇ ଅନୁଯାୟୀ, ହାଇକୋର୍ଟରେ ଶୁଣାଣି ସମୟରେ ସେଙ୍ଗାରଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା। ସିବିଆଇ ଏହାର ସମୟୋଚିତ ଜବାବ ଦାଖଲ କରିଥିଲା ଏବଂ ଲିଖିତ ଯୁକ୍ତି ମାଧ୍ୟମରେ ମାମଲାର ଗୁରୁତ୍ୱ ଏବଂ ତାଙ୍କୁ ଜାମିନ ପ୍ରଦାନ ସହିତ ଜଡିତ ସମ୍ଭାବ୍ୟ ବିପଦକୁ ଉଜାଗର କରିଥିଲା।

--------------------------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande