ଅଟଳଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା : ଯୋଗୀ ଆଦିତ୍ୟନାଥ
ଲକ୍ଷ୍ନୌ, ୨୫ ଡିସେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀରେ ଲୋକଭବନରେ ଥିବା ଅଟଳଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ, ମୁଖ୍ୟମନ୍ତ୍
ଯୋଗୀ ଆଦିତ୍ୟନାଥ


ଲକ୍ଷ୍ନୌ, ୨୫ ଡିସେମ୍ବର (ହି.ସ.)- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀରେ ଲୋକଭବନରେ ଥିବା ଅଟଳଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ, ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳଜୀଙ୍କ ପବିତ୍ର ଜନ୍ମବାର୍ଷିକୀ । ଅଟଳଜୀଙ୍କ ଉଚ୍ଚ ବ୍ୟକ୍ତିତ୍ୱ ପ୍ରେରଣାର ଉତ୍ସ । ସେ ରାଷ୍ଟ୍ର ବିକାଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟବାସୀଙ୍କୁ ସୁଶାସନ ଦିବସରେ ଅଭିନନ୍ଦନ ଜଣାଇଥିଲେ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଟଳଜୀ ଆମ ସମସ୍ତଙ୍କ ପାଇଁ ପ୍ରେରଣା । ଅଟଳଜୀ ଅନେକ ଥର ସଂସଦରେ ଉତର ପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ । ଲକ୍ଷ୍ନୌର ପ୍ରତିନିଧିତ୍ୱ କରି, ପ୍ରଧାନମନ୍ତ୍ରୀ ଭାବରେ ଅଟଳଜୀ ଏକ ନୂତନ ଦୃଷ୍ଟିକୋଣ ସହିତ ଦେଶର ବିକାଶକୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ କରିଥିଲେ । ଏହି ବର୍ଷଟି ସ୍ୱତନ୍ତ୍ର । ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ସାରା ଦେଶରେ ପ୍ରବଳ ଉତ୍ସାହର ସହିତ ପାଳନ କରାଯାଉଛି, ତାଙ୍କର କବିତା ପାଠ ସହିତ ତାଙ୍କର ଲେଖା, ସାମ୍ବାଦିକତା, ସଂସଦ ଓ ଅନ୍ତର୍ଜାତୀୟ ମଂଚରେ ଭାଷଣ ଉପରେ ଆଧାରିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande